Friday, 12 April 2019

Whole Nation is Ready to Celebrate Ram Navami


ଚୈତ୍ର ମାସ ଶୁକ୍ଳ ପକ୍ଷରେ ନବମୀ ତିଥିରେ ରାମ ନବମୀ ପାଳନ କରାଯାଇଥାଏ। ରାମ ନବମୀ ଅର୍ଥାତ୍ ରାମଙ୍କ ଜନ୍ମଦିନ, ତ୍ରେତୟା ଯୁଗର ବହୁ ପ୍ରସିଦ୍ଧ କାହାଣୀ ରାମାୟଣରେ ଦଶରଥଙ୍କ ପୁତ୍ର ଥିଲେ ଶ୍ରୀ ରାମଚନ୍ଦ୍ର। ବିଷ୍ଣୁଙ୍କ ସପ୍ତମ ଅବତାର ରାମ ଅଧର୍ମର ବିନାଶ ଓ ରାବଣର ସଂହାର କରିଥିଲେ। ସେଥିପାଇଁ ସେ ଯୁଗ ଯୁଗ ଧରି ପୂଜିତ ହୋଇ ଆସୁଛନ୍ତି। ଦୀର୍ଘ ୧୪ବର୍ଷ ଧରି ବନବାସରେ ରହି ନିଜର ପୁତ୍ରଧର୍ମ ପାଳନ କରିବା ସହ ବନବାସରୁ ଫେରି ନିଜର ରାଜଧର୍ମ ମଧ୍ୟ ପାଳନ କରିଥିଲେ ପ୍ରଭୁ ରାମଚନ୍ଦ୍ର। ଶ୍ରୀରାମଙ୍କ ଏହି ଅବତାର ମଣିଷ ଜୀବନକୁ ଅନେକ ପ୍ରଭାବିତ କରିଥାଏ। ତେଣୁ ରାମ ନବମୀରେ ପ୍ରଭୁଙ୍କ ଉଦ୍ଦେଶ୍ୟରେ ଶ୍ରୀରାମ ଚରିତ ମାନସ ପାଠ କରାଯାଏ।

ଦେଶର ଅଧିକାଂଶ ସ୍ଥାନରେ ରାମ ନବମୀ ଅତି ଆଡ଼ମ୍ବରର ସହ ପାଳନ କରାଯାଏ।  ଉତ୍ତରପ୍ରଦେଶ, ଆଯେଧ୍ୟା, ପଶ୍ଚିମବଙ୍ଗ ସମେତ ଓଡ଼ିଶାର ବିଭିନ୍ନ ସ୍ଥାନରେ ଲୋକେ ଏହି ମହାଉତ୍ସବକୁ ପାଳନ କରିଥାନ୍ତି। ମର୍ଯ୍ୟାଦାପୁରୁଷଙ୍କ ନାମରେ  ଭକ୍ତମାନଙ୍କର ମନ୍ଦିରରେ ଭିଡ଼ ଦେଖିବାକୁ ମିଳେ।

Read more : ଗୁଞ୍ଜରିତ ହେଉ ରାମଚରିତ ମାନସ: ଆସନ୍ତାକାଲି ଶ୍ରୀରାମ ନବମୀ
For more visit us Jharka.com

No comments:

Post a Comment