Friday, 19 April 2019

Salman Khans Upcoming Movie Bharat to Release this Eid



ଏଯାଏଁ ବଲିଉଡ ଷ୍ଟାର୍‌ ସଲମାନ୍‌ ଖାନ୍‌ଙ୍କୁ ଭିନ୍ନ ଭିନ୍ନ ରୂପରେ ଦେଖିବାକୁ ପାଇଛନ୍ତି। ହେଲେ ଆପଣ ତାଙ୍କୁ କେବେ ବି ନୌସେନାର ଅଧିକାରୀ ଭାବେ ଦେଖିବାକୁ ପାଇନାହାନ୍ତି। ଏହି ସିନେମାରେ ସଲମାନ୍‌ ପ୍ରଥମ ଥର ପାଇଁ ନୌବାହିନୀ ଅଧିକାରୀ ଭୂମିକାରେ ଅଭିନୟ କରିଥିବା ଜଣାଯାଇଛି। ସଲମାନ୍‌ ଖାନ୍‌ ନିଜର ଏଭଳି ଏକ ନୂଆ ଲୁକ୍‌ ଫ୍ୟାନ୍‌ମାନଙ୍କ ଉଦ୍ଦେଶ୍ୟରେ ସେଆର୍‌ କରିଛନ୍ତି। ସଲମାନ୍‌ ଖାନ୍‌ ମୁକ୍ତି ପ୍ରତୀକ୍ଷିତ ସିନେମା ‘ଭାରତ୍‌’ରେ ଏଭଳି ଲୁକ୍‌ରେ ଆସିଛନ୍ତି। ସଲ୍‌ମାନ୍‌ ଖାନ୍‌ ଯେଉଁ ନୂଆ ପୋଷ୍ଟର ସେଆର୍‌ କରିଛନ୍ତି ସେଥିରେ ତାଙ୍କୁ ନୌସେନାର ୟୁନଫର୍ମରେ ଦେଖିବାକୁ ମିଳିଛି।



ଏହି ପୋଷ୍ଟରରେ ନାୟିକା କାଟ୍ରିନା କୈଫ୍‌ଙ୍କୁ ମଧ୍ୟ ଦେଖିବାକୁ ପାଇଛନ୍ତି ପ୍ରଶଂସକମାନେ। ସଲମାନ୍‌ ଖାନ୍‌ ଏହି ପୋଷ୍ଟରକୁ ସେଆର୍‌ କରି ଲେଖିଛନ୍ତି ‘ମୋର ମାଟି ,ମୋ’ ଦେଶ,’। ‘ଭାରତ୍‌’ରେ ସଲମାନ୍‌ ଖାନ୍‌ ତୃତୀୟ ଥର ପାଇଁ ନିର୍ଦ୍ଦେଶକ ଅଲୀ ଅବ୍‌ବାସ ଜାଫରଙ୍କ ସହିତ କାମ କରିଛନ୍ତି।

Read more :  ୨୦୧୯ ଇଦ୍‌ ଅବସରରେ ମୁକ୍ତିଲାଭ କରିବ‘ଭାରତ’!

For more visit us Jharka.com


No comments:

Post a Comment