Friday, 5 April 2019

ଭାରତୀୟ ବାୟୁସେନାରେ ଚିନୁକ୍ ର ସାମିଲ



ଭାରତୀୟ ବାୟୁସେନା ପକ୍ଷରୁ ଚଣ୍ଡିଗଡଠାରେ ଅତ୍ୟଧିକ ଓଜନ ଉତ୍ତୋଳନ କରିପାରୁଥିବା 15ଟି ଚିନୁକ୍ ହେଲିକପ୍ଟରରୁ ପ୍ରଥମ ଚାରୋଟିକୁ ସୋମବାର ଦିନ ସାମିଲ କରାଯାଇଛି। ଭାରତୀୟ ବାୟୁସେନା ମୁଖ୍ୟ ମାର୍ଶାଲ ବିଏସ୍ ଧନୋଆ ଏହି ହେଲିକପ୍ଟରଗୁଡିକୁ ବାୟୁସେନାରେ ସାମିଲ କରାଯାଇଛି। ସମୁଦ୍ର ପତ୍ତନ ଠାରୁ ବହୁ ଉଚ୍ଚତାରେ ଅବସ୍ଥିତ ସ୍ଥାନଗୁଡ଼ିକରେ ସୈନିକ ଏବଂ ଯନ୍ତ୍ରପାତି ପରିବହନ ନିମନ୍ତେ ଏହା ବ୍ୟବହାର  କରାଯିବ। 15ଟି ଚିନକ୍ ହେଲିକପ୍ଟର ନିମନ୍ତେ ଭାରତ ଓ ଯୁକ୍ତରାଷ୍ଟ୍ର ଆମେରିକା ସହ 2015ରେ ଏକ ଚୁକ୍ତି ସ୍ୱାକ୍ଷର ହୋଇଥିଲା। ପୂର୍ବମାସରୁ ଏଥିରୁ 4ଟି ହେଲିକପ୍ଟର ଗୁଜୁରାଟର ମୁଦ୍ରା ବନ୍ଦରଠାରେ ପହଞ୍ଚିଥିଲା।  ସେଠାରୁ ସେ ସବୁକୁ ଚଣ୍ଡିଗଡକୁ ନିଆଯାଇଥିଲା। ଚିନୁକ ହେଲିକପ୍ଟର ବ୍ୟବହାର କରିବାରେ ଭାରତ ହେଉଛି 19ତମ ଦେଶ। ଏହା ପ୍ରତି ଘଣ୍ଟାରେ ସର୍ବାଧିକ 302କିମି ବେଗରେ ଗତି କରି 23,000 କିଲୋଗ୍ରାମର ଓଜନ ଉଠାଇପାରିବ। ଏହି ହେଲିକପ୍ଟରକୁ ସାମରିକ କାର୍ଯ୍ୟ ଓ ଉଦ୍ଧାର କାର୍ଯ୍ୟରେ ବ୍ୟବହାର କରାଯାଇପାରିବ।
 Read more ଭାରତୀୟ ବାୟୁସେନାରେ ଚିନୁକ୍ ର ସାମିଲ

For more visit Jharka.com

No comments:

Post a Comment