ତିନିଦିନିଆ ଗୁଜୁରାଟ ଗସ୍ତରେ ଯାଇ ଗୁଜୁରାଟ ଗ୍ଲୋବାଲ ସମିଟ୍ ର ନବମ ସଂସ୍କରଣ ଉଦଘାଟନ କରିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଗାନ୍ଧୀନଗର ଠାରେ 18ରୁ 20 ଯାଏଁ ଆରମ୍ଭ ହୋଇଥିବା ସମିଟ୍ ରେ ଯୋଗ ଦେଇଛନ୍ତି। ଏତଦ୍ ବ୍ୟତୀତ ଦାଦ୍ରାନଗର ହାବେଳି ରାଜଧାନୀ ସିଲଭାସା ଠାରେ ପ୍ରଧାନମନ୍ତ୍ରୀ ଏକ କାର୍ଯ୍ୟକ୍ରମରେ ଯୋଗ ଦେଇ ଅନେକ କିଛି ଉଦଘାଟନ କରିଛନ୍ତି। ଏହାଛଡା ଏମ୍-ଆରୋଗ୍ୟ ଆପ୍ ଲଞ୍ଚ କରିବେ, ଯାହାଦ୍ୱାରା ପ୍ରତି ଘରୁ ବର୍ଜ୍ୟବସ୍ତୁ ଓ ସଲିଡ ଓ୍ୱେଷ୍ଟ ସଂଗ୍ରହ କରିବାରେ ଏହା ସାହାଯ୍ୟ କରିବ। ମୁମ୍ବାଇ ଠାରେ ଭାରତୀୟ ସିନେମାର ଜାତୀୟ ସ୍ତରରେ ଏକ ମ୍ୟୁଜିୟମର ଉଦଘାଟନ କରିଛନ୍ତି। ସିଲଭାସା ଠାରେ ପ୍ରଧାନମନ୍ତ୍ରୀ ମେଡିକାଲ କଲେଜର ଭିତ୍ତିପ୍ରସ୍ତର ସ୍ଥାପନ କରିଛନ୍ତି। ଯାହାଦ୍ୱାରା ଦାଦ୍ରା ଓ ନଗର ହାବେଳିର ଲୋକେ ଉପକୃତ ହୋଇପାରିବେ। ନିଜ ଭାଷଣ ମାଧ୍ୟମରେ ମୋଦି ସାରା ଭାରତବର୍ଷର ବିକାଶ କଥା ଉପରେ ଆଲୋକପାତ କରିଛନ୍ତି।
Read more : ସିଲଭାସା ଦିନିକିଆ ଗସ୍ତରେ ମୋଦୀ, ବିଭିନ୍ନ ପ୍ରକଳ୍ପର ଉଦଘାଟନ କଲେ
For more visit us Jharka.com

No comments:
Post a Comment