Monday, 22 April 2019

ବକ୍ସ ଅଫିସରେ ୧୦୦ଦିନ ପୂରଣ କଲା ‘ଉରୀ: ଦ ସର୍ଜିକାଲ ଷ୍ଟ୍ରାଇକ୍‌’



ଜାନୁଆରୀ ୧୧, ୨୦୧୯ରେ ରିଲିଜ୍‌ ହୋଇଥିଲା ଫିଲ୍ମ ‘ଉରୀ: ଦ ସର୍ଜିକାଲ ଷ୍ଟ୍ରାଇକ୍‌’। ଏହି ଫିଲ୍ମରେ ମୁଖ୍ୟ ଭୂମିକାରେ ନଜର ଆସିଥିଲେ ଅଭିନେତା ବିକି କୌଶଲ ଏବଂ ଅଭିନେତ୍ରୀ ୟାମି ଗୌତମ। ଫିଲ୍ମଟି ରିଲିଜ୍‌ ହେବାର ମାସକ ମଧ୍ୟରେ ୨୦୦କୋଟି କ୍ଲବ୍‌ରେ ସ୍ଥାନ ବନାଇ ସାରିଥିବା ବେଳେ ଏବେ ବକ୍ସ ଅଫିସରେ ୧୦୦ଦିନ ପୂରଣ କରିଛି ଫିଲ୍ମ ‘ଉରୀ: ଦ ସର୍ଜିକାଲ ଷ୍ଟ୍ରାଇକ୍‌’।



ଏହି ସୂଚନା ଫିଲ୍ମର ନିର୍ଦ୍ଦେଶକ ଆଦିତ୍ୟ ଧର ନିଜ ଟୁଇଟ୍‌ର ଆକାଉଣ୍ଟ ଜରିଆରେ ଦେବା ପରେ, ତାହା ସାମ୍ନାକୁ ଆସିଛି। ଉରୀକୁ ଦର୍ଶକଙ୍କ ଏତେ ସଂଖ୍ୟକ ଭଲ ପାଇବା ମିଳିଥିବାରୁ ସମସ୍ତଙ୍କୁ ଧନ୍ୟବାଦ୍‌ ଜଣାଇ ୧୦୦ଦିନ ପୂରଣ କରିଥିବାର ସୂଚନା ଦେଇଛନ୍ତି ଆଦିତ୍ୟ। ଫିଲ୍ମର କାହାଣୀ ୨୦୧୬ରେ ଭାରତୀୟ ଯବାନମାନେ ଉରୀରେ କରିଥିବା ସର୍ଜିକାଲ ଷ୍ଟ୍ରାଇକ୍‌କୁ ନେଇ ନିର୍ମାଣ କରାଯାଇଥିଲା।


For more visit us Jharka.com

No comments:

Post a Comment