Thursday, 11 April 2019

ନୂତନ ଓଡ଼ିଶାକୁ ଦିଲ୍ଲୀଠାରେ ପ୍ରଦର୍ଶିତ କଲେ ଫିଲ୍ମ ନିର୍ମାତା ନୀଳ ମାଧବ ପଣ୍ଡା


ଚଳଚ୍ଚିତ୍ରରେ ଭିନ୍ନତା ଓ ସାମାଜିକ ବିଷୟବସ୍ତୁ ଉପରେ ଆଧାରିତ ଅନେକ ଫିଲ୍ମରେ ସମାଜରେ ପରିବର୍ତ୍ତନ ଆଣିବାକୁ ସେ ଉଦ୍ୟମ କରିଥାନ୍ତି। ଏପରିକି ଚଳଚ୍ଚିତ୍ରରେ ସ୍ୱତନ୍ତ୍ରତା ଓ ନୂତନ ଚିନ୍ତାଧାରା ତାଙ୍କୁ ସ୍ୱତନ୍ତ୍ର ପରିଚୟ ପ୍ରଦାନ କରିଛି। ସେ ହେଉଛନ୍ତି ଆନ୍ତର୍ଜାତୀୟ ଖ୍ୟାତି ସମ୍ପନ୍ନ ଚଳଚ୍ଚିତ୍ର ନିର୍ଦ୍ଦେଶକ ପଦ୍ମଶ୍ରୀ ଶ୍ରୀ ନୀଳମାଧବ ପଣ୍ଡା। ‘ଆଇ ଆମ୍ କଲାମ୍’, ‘କଡଓ୍ୱି ହଓ୍ୱା, ହାଲକା’, ‘କ୍ଲାଇମେଟସ୍ ଫାଷ୍ଟ ଅରଫାନ୍’, ‘ଜଲପରୀ’, ‘ବବଲୁ ହାପି ହେ’, ‘କୋନ୍ କିତନା ପାନି ମେଁ’, ଆଦି ଫିଲ୍ମରେ ନିର୍ଦ୍ଦେଶନା ଦେଇ ଅନେକ ପ୍ରଶଂସା ସାଉଁଟିଛନ୍ତି ନୀଳ ମାଧବ। ଗତ କିଛିଦିନ ପୂର୍ବେ ଓଡିଶାକୁ ନେଇ ନିର୍ମିତ ଏକ ସର୍ଟ ଫିଲ୍ମ ବିଷୟରେ ଦିଲ୍ଲୀ ଠାରେ ଆନ୍ତର୍ଜାତୀୟ ଖ୍ୟାତି ସମ୍ପନ୍ନ ବ୍ୟକ୍ତିମାନଙ୍କ ଗହଣରେ ସେ ଉପସ୍ଥାପନା ଦେଇଥିଲେ।



କିଛିଦିନ ପୂର୍ବେ ‘ଓଡିଶା ଅନ୍ ଦ ରାଇଜ୍’ ଅର୍ଥାତ୍ ପ୍ରଗତି ପଥେ ଓଡିଶା ନାମକ ଏକ ସର୍ଟ ଫିଲ୍ମର ନିର୍ମାଣ କରିଥିଲେ ନୀଳମାଧବ ପଣ୍ଡା ଓ ବଲିଉଡ ପ୍ରଯୋଜକ ରବି ବର୍ମନ। ନିକଟରେ ଦିଲ୍ଲୀଠାରେ ଏହି ଫିଲ୍ମଟିକୁ ପ୍ରଦର୍ଶିତ କରାଯାଇଥିଲା। ଯାହାକୁ ଫିଲ୍ମ ନିର୍ମାତା ନୀଳମାଧବ ପଣ୍ଡା ହୋଷ୍ଟ କରିଥିଲେ। ସଞ୍ଜୁ, ଗୋଲିୟୋଁ କି ଲୀଲା ରାସ୍ ଲୀଲା ଆଦି ଫିଲ୍ମରେ କାର୍ଯ୍ୟକରି ଓଡ଼ିଶାରେ ଦୀର୍ଘ 20ଦିନ ଅତିବାହିତ କରିଥିଲେ ରବି ବର୍ମନ। ଓଡ଼ିଶାରେ 20ଦିନର ରହଣୀ ସମୟରେ ସେ ରାଜ୍ୟର ଭିନ୍ନ ଭିନ୍ନ ପ୍ରାନ୍ତରରୁ ଓଡ଼ିଶା ସମ୍ବନ୍ଧରେ ଜାଣିବାକୁ ପାଇଥିଲେ।

Read moreନୂତନ ଓଡ଼ିଶାକୁ ଦିଲ୍ଲୀଠାରେ ପ୍ରଦର୍ଶିତ କଲେ ଫିଲ୍ମ ନିର୍ମାତା ନୀଳ ମାଧବ ପଣ୍ଡା

For more visit us Jharka.com

No comments:

Post a Comment