Tuesday, 2 April 2019

୮ ଜିଲ୍ଲା ପରିଷଦ ସଭ୍ୟ ଓ ୫ବ୍ଲକ ଅଧ୍ୟକ୍ଷଙ୍କ ସହ ବିଜେଡିରେ ମିଶିଲେ ନବ ଦାସ



ନବୀନଙ୍କ ଉପସ୍ଥିତିରେ ବିଜେଡିରେ  ମିଶିଲେ କଂଗ୍ରେସର ପୂର୍ବତନ ବିଧାୟକ ନବ ଦାସ କଂଗ୍ରେସର ପୂର୍ବତନ ବିଧାୟକ ନବ କିଶୋର ଦାସ ବିଜୁ ଜନତା ଦଳରେ ସାମିଲ ହୋଇଛନ୍ତି। ଝାରସୁଗୁଡ଼ାର ପୂର୍ବତନ ବିଧାୟକ ନବ ଦାସ, ବିଜେଡି ସଭାପତି ନବୀନ ପଟ୍ଟନାୟକଙ୍କ ଉପସ୍ଥିତିରେ ଶାସକ ଦଳରେ ମିଶିଛନ୍ତି। ମୁଖ୍ୟମନ୍ତ୍ରୀଙ୍କ ଆଜି(ଗୁରୁବାର) ଝାରସୁଗୁଡ଼ା ଗସ୍ତ ସମୟରେ ଅମଲ୍ଲୀପାଲୀ ସଭାରେ ନବ ଦାସ ନିଜ ସମର୍ଥକଙ୍କ ସହ ବିଜେଡିରେ ମିଶିଛନ୍ତି। ଝାରସୁଗୁଡ଼ା ଜିଲ୍ଲା ପରିଷଦର ଅଧ୍ୟକ୍ଷଙ୍କ ସମେତ ୮ ଜଣ କଂଗ୍ରେସ ଜିଲ୍ଲା ପରିଷଦ ସଭ୍ୟ ଏବଂ ୫ଟି ବ୍ଲକର ଚେୟାରମ୍ୟାନ ମଧ୍ୟ ବିଜେଡିରେ ଯୋଗ ଦେଇଛନ୍ତି।

ଏହା ପୂର୍ବରୁ କଂଗ୍ରେସର ପୂର୍ବତନ କାର୍ଯ୍ୟକାରୀ ସଭାପତି ନବ ଦାସ ବିଧାୟକ ପଦରୁ ଇସ୍ତଫା ଦେଇଥିଲେ। କଂଗ୍ରେସରୁ ନିଲମ୍ବିତ ନବ ଦାସ ଆଜି ନିଜର ଇସ୍ତଫା ପତ୍ର ବାଚସ୍ପତିଙ୍କ ନିକଟକୁ ପଠାଇ ଦେଇଛନ୍ତି। ଫଳରେ କଂଗ୍ରେସର ବିଧାୟକଙ୍କ ସଂଖ୍ୟା ୧୩କୁ ଖସି ଆସିଛି। ନବ ଦାସ ଲଗାତର ୨ଥର ହେଲାଣି ଝାରସୁଗୁଡ଼ାରୁ ଜିତୁଛନ୍ତି। ଏପରିକି ନବ ଦାସଙ୍କ ନେତୃତ୍ୱରେ ୨୦୧୨ ଓ ୨୦୧୭ ପଞ୍ଚାୟତ ନିର୍ବାଚନରେ ଝାରସୁଗୁଡ଼ାରେ କଂଗ୍ରେସ ଭଲ ପ୍ରଦର୍ଶନ କରିଥିଲା। ଝାରସୁଗୁଡ଼ା ଭୋଟର ତାଙ୍କୁ ବିଜେଡିରେ ସାମିଲ ହେବାକୁ ପରାମର୍ଶ ଦେଇଥିବାରୁ ସେ ମିଶିଲେ ବୋଲି କହିଛନ୍ତି ନବ ।

Read more : ୮ ଜିଲ୍ଲା ପରିଷଦ ସଭ୍ୟ ଓ ୫ବ୍ଲକ ଅଧ୍ୟକ୍ଷଙ୍କ ସହ ବିଜେଡିରେ ମିଶିଲେ ନବ ଦାସ

For more visit us  Jharka.com

No comments:

Post a Comment