Thursday, 4 April 2019

ପ୍ରିୟଙ୍କାଙ୍କୁ ସର୍ବଭାରତୀୟ କଂଗ୍ରେସ କମିଟିର ସାଧାରଣ ସମ୍ପାଦକ ଦାୟିତ୍ୱ | Odisha Political News



ବିଧିବଦ୍ଧ ଭାବେ ରାଜନୀତିରେ ସାମିଲ ହୋଇଛନ୍ତି ପ୍ରିୟଙ୍କା ଗାନ୍ଧି। ଆଜି(ବୁଧବାର) ସର୍ବଭାରତୀୟ  କଂଗ୍ରେସ କମିଟିର ସାଧାରଣ ସମ୍ପାଦକ ଭାବେ ପ୍ରିୟଙ୍କା ଗାନ୍ଧିଙ୍କୁ ନିଯୁକ୍ତି ମିଳିଛି। ଏହାସହ ପୂର୍ବ ଉତ୍ତର ପ୍ରଦେଶର ଦାୟିତ୍ୱ ନେଇଛନ୍ତି ପ୍ରିୟଙ୍କା।



ପୂର୍ବରୁ ପ୍ରିୟଙ୍କା କେବଳ ରାୟବରେଲୀ ଏବଂ ଆମେଥି ଲୋକସଭା ଆସନରେ ପ୍ରଚାର କରୁଥିଲେ। ମା’ ସୋନିଆ ଗାନ୍ଧି ଏବଂ ଭାଇ ରାହୁଲଙ୍କ ପାଇଁ ପ୍ରଚାର କରୁଥିବା ପ୍ରିୟଙ୍କା 2019 ନିର୍ବାଚନରେ ପୂର୍ବ ୟୁପିରେ କ୍ୟାମ୍ପେନ କରିବେ। ପୂର୍ବ ୟୁପିରେ ଥିବା 36ଟି ଲୋକସଭା ଆସନର ଦାୟିତ୍ୱ ଏବେ ପ୍ରିୟଙ୍କା ଗାନ୍ଧିଙ୍କ କାନ୍ଧରେ। ଏହାସହ ନବ ନିଯୁକ୍ତ ସାଧାରଣ ସମ୍ପାଦକ ଜ୍ୟୋତିରାଦିତ୍ୟ ସିନ୍ଧିଆଙ୍କୁ ପଶ୍ଚିମ ୟୁପିର ଦାୟିତ୍ୱ ଦେଇଛି କଂଗ୍ରେସ।

Read more : ପ୍ରିୟଙ୍କାଙ୍କୁ ସର୍ବଭାରତୀୟ କଂଗ୍ରେସ କମିଟିର ସାଧାରଣ ସମ୍ପାଦକ ଦାୟିତ୍ୱ 

For more visit us Jharka.com

No comments:

Post a Comment