ଉତ୍କଳରେ ଶିକ୍ଷାର ଉନ୍ନତି ଓଡିଆ ସାହିତ୍ୟ କ୍ଷେତ୍ରକୁ କବିବର ରାଧାନାଥ ରାୟଙ୍କ ଅବଦାନ ଅତୁଳନୀୟା ଓଡିଶାର ନୂତନ କାବ୍ୟ ସାହିତ୍ୟର ସେ ସ୍ରଷ୍ଟା । ଊନବିଂଶ ଶତାବ୍ଦୀରେ ରାଧାନାଥ ରାୟ ହିଁ ପ୍ରଥମେ ପ୍ରାଚୀନତାକୁ ଛାଡି କାବ୍ୟ- ସାହିତ୍ୟର ରଚନାରେ ନୂତନ ଧାରା ପ୍ରବେଶ କରାଇଥିଲୋ ପ୍ରବନ୍ଧ ରଚନାରୁ ଆରମ୍ଭ ହୋଇଥିଲା ରାଧାନାଥ ରାୟଙ୍କ ସାସ୍ତସତ୍ୱ ଜୀବନା ୧୮୭୩ରେ ପ୍ରକାଶିତ ବିବେକୀ ତାଙ୍କର ରଚିତ ପ୍ରଥମ ଓଡିଆ ରଚନ।।
ତାଙ୍କ କାବ୍ୟ ଗୁଡିକ ମୁଖ୍ୟତଃ ଭାରତର କିମ୍ବଦନ୍ତୀ ଓ ପୁରାଣର ଆଧାରରେ ରଚିତା ମହାଯାତ୍ରା ରାଧାନାଥ ରାୟଙ୍କ ଶ୍ରେଷ୍ଠ କାବ୍ୟା କେଦାରଗୈାରୀ, ଚନ୍ଦ୍ରଭାଗା, ନନ୍ଦିକେଶ୍ୱରୀ, ଉଷା, ପାର୍ବତୀ, ଚିଲିକା, ଦରବାର, ଯଯାତିକେଶରୀ ଆଦି ତାଙ୍କ ରଚିତ ଅନ୍ୟ ପ୍ରମୁଖ କାବ୍ୟ ସାହିତ୍ୟା ଉଭୟ ପ୍ରେମ ଓ ପ୍ରକୃତି ଚିତ୍ରଣ ରାଧାନାଥ ରାୟଙ୍କ କାବ୍ୟର ବିଶେଷତ୍ୱା କାଳିଦାସଙ୍କ ମେଘଦୂତ କାବ୍ୟ ରାଧାନାଥ ରାୟଙ୍କ ଦ୍ୱାରା ଓଡିଆ ଭାଷାରେ ଅନୁମୋଦିତା ଓଡିଆ ସାହିତ୍ୟ ଏକାଡେମି ଦ୍ୱାରା ପ୍ରକାଶିତ ଓଡିଆ ଲେଖକ ପରିଚୟ ପୁସ୍ତକ ଅନୁସାରେ ୧୯୦୮ ଏପ୍ରିଲ୍ ଆଜିର ଦିନରେ ତାଙ୍କର ପରଲୋକ ଘଟିଥିଲ।।
ଓଡିଶାର ପୂର୍ବତନ ମୁଖ୍ୟମନ୍ତ୍ରୀ ବିଜୁ ପଟ୍ଟନାୟକ ସାହାସ, ସ୍ୱାଭିମାନ ଓ ଦୂରଦୃଷ୍ଟିର ପ୍ରତୀକା ବର୍ତ୍ତମାନ ମଧ୍ୟ ଜନସମାଜ ଓ ଯୁବପିଢୀ ତାଙ୍କ ଆଦର୍ଶ ଦ୍ୱାରା ଅନୁପ୍ରାଣୀତା କଳିଙ୍ଗର ହୃତ ଗୈାରବ ଫେରାଇ ଆଣିବାରେ ସେ ଥିଲେ ଦୃଢ ପ୍ରତିଜ୍ଞା ଓଡିଶା ଭଳି ଖଣି ସଂପଦ ଭରା ରାଜ୍ୟରେ ଶିଳ୍ପର ବିକାଶ ପାଇଁ ବାଟ ଫିଟାଇ ଥିଲୋ ବ୍ୟକ୍ତିଗତ ଉଦ୍ୟମରେ ଗଢିଥିଲେ ଚୈାଦ୍ୱାରରେ ଓଡିଶା ଟେକ୍ସଟାଇଲ ମିଲ୍, କଳିଙ୍ଗ ଟ୍ୟୁବସ୍, କଳିଙ୍ଗ ରେଫ୍ରିଜେରେନସ୍, କଳିଙ୍ଗ ଈଣ୍ଡଷ୍ଟ୍ରି ଭଳି ଅନେକ କଳକାରଖାନ।।
Read more : Death Anniversary of Biju Patnaik and Radhanath Ray
For more visit us Jharka.com



No comments:
Post a Comment