Wednesday, 3 April 2019

କଂଗ୍ରେସରୁ ବିଦା ପରେ ବିଷ ଓଗାଳିଲେ ଶ୍ରୀକାନ୍ତ: 25ରେ କଣ କରିବେ ଖୁଲାସା?

ଭୁବନେଶ୍ୱର : କଂଗ୍ରେସରେ କମ୍ପନ । ଆକ୍ସନ ମୁଡରେ ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ । ବିଶୃଙ୍ଖଳିତ ଆଚରଣ ଅଭିଯୋଗରେ ଶନିବାରରାତି ରାଜ୍ୟ କଂଗ୍ରେସ ବଡ଼ ନିଷ୍ପତ୍ତି ନେଇପୂର୍ବତନ କେନ୍ଦ୍ରମନ୍ତ୍ରୀ ଶ୍ରୀକାନ୍ତ ଜେନା ଓ ପୂର୍ବତନ ବିଧାୟକ କୃଷ୍ଣଚନ୍ଦ୍ର ସଗରିଆଙ୍କୁ ଦଳରୁ ବହିଷ୍କାର କରିଛି। ଅଖିଳ ଭାରତ କଂଗ୍ରେସ କମିଟି ନିର୍ଦ୍ଦେଶରେ 2 ଜଣଙ୍କୁ ବରିଷ୍କାର କରାଯାଇଛି ବୋଲି କହିଛନ୍ତି ପିସିସି ଶୃଙ୍ଖଳା କମିଟି ଆବାହକ ଅନନ୍ତ ସେଠୀ  ।ଏହାପରେ ଗତରାତିରୁ କଂଗ୍ରେସରେ ଜାରି ରହିଛି ବୟାନବାଜି, ରାଜନୈତିକ ମହଲରେ ସୃଷ୍ଟି ହୋଇଛି ହଲଚଲ।
ଶନିବାର ଦଳରୁ ବିଦା ହେଲା ପରେ ଆଜି(ରବିବାର) ତୀବ୍ର ପ୍ରତିକ୍ରିୟା ପ୍ରକାଶ କରିଛନ୍ତି ପୂର୍ବତନ କେନ୍ଦ୍ରମନ୍ତ୍ରୀ ଶ୍ରୀକାନ୍ତ ଜେନା । ଏକ ସାମ୍ବାଦିକ ସମ୍ମିଳନୀରେ ଶ୍ରୀକାନ୍ତ କହିଛନ୍ତିକେନ୍ଦ୍ରରେ ରାହୁଲ ଗାନ୍ଧୀ ଦୁର୍ନୀତି ବିରୋଧରେ ଲଢ଼ିବାକୁ ସ୍ୱର ଉତ୍ତୋଳନ କରୁଥିବା ବେଳେ ଓଡ଼ିଶାରେ କଂଗ୍ରେସ ଖଣି ମାଫିଆଙ୍କ ନିକଟରେ ଆତ୍ମସମର୍ପଣ କରିଛି। ସେ ଆହୁରି ମଧ୍ୟ କହିଛନ୍ତି, ଓଡ଼ିଶାରେ ଆଜି ୪୦ ଲକ୍ଷ ପିଲା ବେକାର। ଖଣିମାଫିଆମାନେ ୪୦ ବର୍ଷ ଧରି ଓଡ଼ିଶାକୁ ଲୁଟିଛନ୍ତି।ଖଣିଚୋରି କରି ସମ୍ପତ୍ତି ବଢ଼ାଇବାରେ ମୁଁ ବିଶ୍ୱାସ କରେ ନାହିଁ ବୋଲିକଂଗ୍ରେସରେ ମୋର ସ୍ଥାନ ନାହିଁ ବୋଲି କହିଛନ୍ତି ଶ୍ରୀକାନ୍ତି । ୪୦ ବର୍ଷର ରାଜନୈତିକ ଜୀବନରେ କୌଣସି ଦୁର୍ନୀତିରେ ମୁଁ ସଂପୃକ୍ତ ନାହିଁ। ୨୫ ତାରିଖ ଦିନ ରାହୁଳ ଗାନ୍ଧୀ ଓଡ଼ିଶା ଆସୁଥିବା କଥା ସେ ଶୁଣୁଛନ୍ତି। ସେଦିନ ସେ ଏପରି ଏକ ଖୁଲାସା କରିବେ ଯାହା ଫଳରେ ରାହୁଳ ଗାନ୍ଧୀ ଭାରତବର୍ଷରେ ମୁହଁ ଦେଖାଇ ପାରିବେ ନାହିଁ ବୋଲି ସେ କହିଛନ୍ତି । ଏପରିକିନିରଞ୍ଜନ ଜଣେ ଅଭ୍ୟାସଗତ ଲାଞ୍ଚ ପ୍ରଦାନକାରୀ ବ୍ୟକ୍ତି ବୋଲି କଡ଼ା ଭାଷାରେ ସମାଲୋଚନା କରିଛନ୍ତି ଶ୍ରୀକାନ୍ତ। ଅନ୍ୟପକ୍ଷରେ ସେ ଯେତେବଡ଼ ନେତା ବି ହୁଅନ୍ତୁ, ବିଶୃଙ୍ଖଳାକାରୀଙ୍କ ସ୍ଥାନ ଦଳରେ ନାହିଁ ବୋଲି କହିଛନ୍ତି ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ ।
Read more : କଂଗ୍ରେସରୁ ବିଦା ପରେ ବିଷ ଓଗାଳିଲେ ଶ୍ରୀକାନ୍ତ: 25ରେ କଣ କରିବେ ଖୁଲାସା?

For more visit us Jharka.com

No comments:

Post a Comment