Tuesday, 2 April 2019

9 ଲୋକସଭା ଏବଂ 54ଟି ବିଧାନସଭା ପାଇଁ ବିଜେଡିର ପ୍ରାର୍ଥୀ ତାଲିକା ଘୋଷଣା, ହିଞ୍ଜିଳି ସହ ବିଜେପୁରରୁ ଲଢିବେ ନବୀନ



ବିଜେଡି ପକ୍ଷରୁ ଘୋଷଣା ହେଲା 54ଟି ବିଧାନସଭା ଆସନ ଏବଂ 9ଟି ଲୋକସଭା ଆସନ ପାଇଁ ପ୍ରାର୍ଥୀ ତାଲିକା।ବରଗଡ଼,ବଲାଙ୍ଗିର,କଳାହାଣ୍ଡି, ନବରଙ୍ଗପୁର,କୋରାପୁଟ,ଆସିକା,କନ୍ଧମାଳ ଏବଂ ବ୍ରହ୍ମପୁର ଲୋକସଭା ଆସନ ଲାଗି ପ୍ରାର୍ଥୀଙ୍କ ନାଁ ଘୋଷଣା କରିଛନ୍ତି ବିଜେଡି ସଭାପତି ନବୀନ ପଟ୍ଟନାୟକ। ପ୍ରାର୍ଥୀ ତାଲିକାରୁ ବାଦ ପଡ଼ିଛନ୍ତି ନବରଙ୍ଗପୁର ସାଂସଦ ବଳଭଦ୍ର ମାଝି,କଳାହାଣ୍ଡି ସାଂସଦ ଅର୍କକେଶରୀ ଦେଓ, କୋରାପୁଟ ସାଂସଦ ଝିନ୍ନ ହିକକା ଏବଂ ବହ୍ମପୁର ସାଂସଦ ସିଦ୍ଧାନ୍ତ ମହାପାତ୍ର, ବରଗଡ଼ ସାଂସଦ ପ୍ରଭାସ ସିଂ, ବ୍ରହ୍ମପୁର ସାଂସଦ ସିଦ୍ଧାନ୍ତ ମହାପାତ୍ର, କନ୍ଧମାଳ ସାଂସଦ ପ୍ରତ୍ୟୁଷା ରାଜେଶ୍ୱରୀ। ତେବେ ଦଳରେ ଏବେ ମିଶିଥିବା ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା କଂଗ୍ରେସ ନେତା ହେମାନନ୍ଦ ବିଶ୍ୱାଳଙ୍କ ଝିଅ ସୁନୀତାଙ୍କୁ ସୁନ୍ଦରଗଡ଼ ଲୋକସଭା ଆସନରେ ବିଜେଡି ପ୍ରାର୍ଥୀ କରିଛି। ଗୁରୁତ୍ୱପୂର୍ଣ୍ଣ କଥା ହେଲା ଚଳିତ ନିର୍ବାଚନରେ ପ୍ରଥମ ଥର ପାଇଁ ପଶ୍ଚିମ ଓଡ଼ିଶାରୁ ପ୍ରାର୍ଥୀ ହେଉଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ତାଙ୍କର ପାରମ୍ପରିକ ଆସନ ହିଞ୍ଜିଳି ସହ ବରଗଡ଼ ଜିଲ୍ଲା ବିଜେପୁର ବିଧାନସଭା ନିର୍ବାଚନ ମଣ୍ଡଳୀରୁ ପ୍ରାର୍ଥୀ ହେବେ ନବୀନ।

Read more9 ଲୋକସଭା ଏବଂ 54ଟି ବିଧାନସଭା ପାଇଁ ବିଜେଡିର ପ୍ରାର୍ଥୀ ତାଲିକା ଘୋଷଣା, ହିଞ୍ଜିଳି ସହ ବିଜେପୁରରୁ ଲଢିବେ ନବୀନ

For more visit us Jharka.com

No comments:

Post a Comment