Thursday, 4 April 2019

ବିଧାନସଭା ଏବଂ ଲୋକସସଭା ନିର୍ବାଚନ ତାରିଖ ଘୋଷଣା: 4ଟି ପର୍ଯ୍ୟାୟରେ ଓଡ଼ିଶାରେ ମତଦାନ | Odisha News



ଲୋକସଭା ଏବଂ ବିଧାନସଭା ନିର୍ବାଚନ ହେଲା ପାଇଁ ତାରିଖ ଘୋଷଣା। ଆସନ୍ତା ଏପ୍ରିଲ 11 ତାରିଖରୁ 7ଟି ପର୍ଯ୍ୟାୟରେ ନିର୍ବାଚନ ଅନୁଷ୍ଠିତ ହେବ। ତେବେ ଓଡ଼ିଶା ବିଧାନସଭା ଏବଂ ଲୋକସଭା ଆସନ ପାଇଁ 4ଟି ପର୍ଯ୍ୟାୟରେ ଭୋଟ ଗ୍ରହଣ ହେବ। ଏପ୍ରିଲ 11ରେ ପ୍ରଥମ ପର୍ଯ୍ୟାୟରେ 4ଟି ଲୋକସଭା ଓ 28ଟି ବିଧାନସଭା ଆସନ ପାଇଁ ନିର୍ବାଚନ ହେବ। ସେହିପରି 18ଏପ୍ରିଲରେ 5ଟି ଲୋକସଭା ଏବଂ 35ଟି ବିଧାନସଭା ପାଇଁ ଭୋଟ ଗ୍ରହଣ ହେବ। 6ଟି ଲୋକସଭା ଏବଂ 42ଟି ବିଧାନସଭା ଆସନ ପାଇଁ ଏପ୍ରିଲ 23ରେ ନିର୍ବାଚନ ହେବ। ବାକି 6ଟି ଲୋକସଭା ଏବଂ 42ଟି ବିଧାନସଭା ଆସନ ପାଇଁ 29 ଏପ୍ରିଲରେ ମତଦାନ ହେବ। ତେବେ ଭୋଟ ଗଣନା ଆସନ୍ତା ମେ 23ରେ ହେବ ବୋଲି ମୁଖ୍ୟ ନିର୍ବାଚନ କମିଶନର ସୁନିଲ ଆରୋରା ସୂଚନା ଦେଇଛନ୍ତି।


ଆଗାମୀ ନିର୍ବାଚନରେ 89କୋଟି 71ଲକ୍ଷ ଭୋଟର ଅଂଶଗ୍ରହଣ କରିବେ। ସେଥି ମଧ୍ୟରୁ ପୁରୁଷ ଭୋଟର 46କୋଟି 50ଲକ୍ଷ,ମହିଳା ଭୋଟର 43କୋଟି 20ଲକ୍ଷ ଏବଂ ଅନ୍ୟାନ୍ୟ 33ହଜାର 109 ମତଦାତା ରହିଛନ୍ତି।
Read more : ବିଧାନସଭା ଏବଂ ଲୋକସସଭା ନିର୍ବାଚନ ତାରିଖ ଘୋଷଣା: 4ଟି ପର୍ଯ୍ୟାୟରେ ଓଡ଼ିଶାରେ ମତଦାନ

For more visit us Jharka.com

No comments:

Post a Comment