Wednesday, 1 May 2019

Odisha Kerala on High Alert as Cyclone Fani Set to Intensity into Very Severe Storm

ଦିନକୁ ଦିନ ସାମୁଦ୍ରିକ ବାତ୍ୟା ‘ଫୋନି’ର ଶକ୍ତି ବୃଦ୍ଧି ହେଉଛି ଭୟଙ୍କର ଋପ ଧାରଣ କରୁଛି। ଭାରତୀୟ ପାଣିପାଗ ବିଭାଗ ଅନ୍ତର୍ଗତ ବାତ୍ୟା ସୂଚନା କେନ୍ଦ୍ର ପକ୍ଷରୁ କିଛି ସମୟ ପୂର୍ବରୁ ଯେଉଁ ବୁଲେଟିନ ଜାରି କରାଯାଇଛି, ତାହାକୁ ଦେଖିଲେ ଭୟ ସୃଷ୍ଟି ହେଉଛି। କାରଣ ଗତ କାଲି ପାଣିପାଗ ବିଭାଗ କହିଥିଲା ଯେ ଏହା ଏକ ଭେରି ସିଭିୟର ସାଇକ୍ଲୋନ ( ଅତି ଭୀଷଣ ସାମୁଦ୍ରିକ ଝଡ଼)ରେ ପରିଣତ ହେବ। କିନ୍ତୁ ଆଜି କୁହାଯାଇଛି ଯେ ଫୋନି ଭେରି ସିଭିୟର ସାଇକ୍ଲୋନ ନୁହେଁ, ଏକ୍ସଟ୍ରିମଲି ସିଭିୟର ସାଇକ୍ଲୋନ ( ଅତି ଭୟଙ୍କର ସାମୁଦ୍ରିକ ଝଡ଼)ରେ ପରିଣତ ହେବାକୁ ଯାଉଛି।





ଏହା ଫଳରେ ପବନର ସର୍ବାଧିକ ବେଗ ଘଣ୍ଟା ପ୍ରତି ୨୦୦ କିଲୋମିଟର ପର୍ଯ୍ୟନ୍ତ ଯାଇପାରେ। ଆଉ ଏକ ଚିନ୍ତାର ବିଷୟ ହେଉଛି ଯେ ଏହାର ଗତିପଥ ଧୀରେ ଧୀରେ ବଦଳୁଛି। ବରମ୍ବାର ଦିଗ ବଦଳାଉଛି ଫନି। ପୂର୍ବରୁ କୁହାଯାଉଥିଲା ଯେ ଏହା ତାମିଲନାଡୁରେ ମାଡ ହେବ। କିନ୍ତୁ ଏବେ ଏହାର ଗତିପଥ ଦେଖିଲେ ଜଣାପଡୁଛି ଯେ ଏହା ଆନ୍ଧ୍ରପ୍ରଦେଶ ଉପକୂଳ ରେ ମାଡ ହେବ।
ଓଡ଼ିଶା ଆଡକୁ ବୁଲିବାର ଆଶଙ୍କା ମଧ୍ୟ ରହିଛି। ତେବେ ଆସନ୍ତା ୨-୩ ତାରିଖ ବେଳକୁ ଏହାର ପ୍ରଭାବରେ ଓଡ଼ିଶାରେ ପ୍ରବଳ ବର୍ଷା ଓ ଜୋରରେ ପବନ ବୋହିବାର ସମ୍ଭାବନା ରହିଛି।
Read more :  Odisha Kerala on High Alert as Cyclone Fani Set to Intensity into Very Severe Storm

For more details visit us Jharka.com

Paneer Mashroom Pulao Recipe




ଆବଶ୍ୟକ ସାମଗ୍ରୀ: ବାସୁମତୀ ଚାଉଳ, ବଟମ୍‌ ମଶରୁମ, ଛୋଟ ଛୋଟ ଖଣ୍ଡ ପନିର୍‌, କଟା ପିଆଜ, ଟମାଟୋ ପେଷ୍ଟ୍‌, ଗରମ ମସଲା ପାଉଡର୍‌, ଅଦା- ରସୁଣ ବଟା, ଘିଅ, ଧନିଆ ପତ୍ର, ପୁଦିନା, ଡାଳଚିନି, ଲବଙ୍ଗ ଓ ଗୁଜୁରାତି, କାଜୁ ବଟା ଓ ସ୍ୱାଦ ଅନୁସାରେ ଲୁଣ।





ପ୍ରସ୍ତୁତି ପ୍ରଣାଳୀ: ପ୍ରଥମେ ବାସୁମତୀ ଚାଉଳକୁ ଧୋଇ ଅଧ ଘଣ୍ଟା ଯାଏ ବତୁରାଇ ରଖନ୍ତୁ। ଏବେ କଡ଼େଇରେ ଦୁଇ ଚାମଚ ଘିଅ ଗରମ କରି ସେଥିରେ ସେଥିରେ ଡାଳଚିନି, ଲବଙ୍ଗ ଓ ଗୁଜୁରାତି ସହ କଟା ପିଆଜକୁ ପକାଇ ଭାଜନ୍ତୁ। ପରେ ସେଥିରେ ଅଦା ଓ ରସୁଣ ବଟା ଓ ଟମାଟୋ ପେଷ୍ଟ ପକାଇ କଷନ୍ତୁ।
ମସଲାରୁ ବାସ୍ନା ଆସିଲେ ସେଥିରେ ମଶରୁମ୍, ପନିର୍‌ ଏବଂ ଗରମ ମସଲା ପାଉଡର୍‌ ପକାନ୍ତୁ। ଏବେ କାଜୁ ବଟା ,ଏକ କପ୍ ପାଣି ଓ ଲୁଣ ସେଥିରେ ମିଶାନ୍ତୁ। ହାଲୁକା ଆଂଚରେ ଅଳ୍ପ ସମୟ ବସାଇ ମସଲାକୁ ଟିକେ ବହଳିଆ ରଖନ୍ତୁ। ପଲାଉ କରିବା ପାଇଁ ବଳକା ଘିଅ ଆଉ ଏକ ପାତ୍ରରେ ଗରମ କରି ସେଥିରେ ବଳକା ଥିବା ପିଆଜ ଭାଜନ୍ତୁ। ଏଥର ଚାରି କପ୍‌ ପାଣି ଓ ଅଳ୍ପ ଟିକେ ଲୁଣ ପକାଇ ଗୋଳାନ୍ତୁ।

For more visit us Jharka.com


Cyclone Fani Gets Sever Use Helpline


ଅତି ଭୀଷଣ ସାମୁଦ୍ରିକ ଝଡରେ ପରିଣତ ହେଲାଣି ‘ଫନି’। ପୁରୀଠାରୁ ୬୮୦ କିଲୋମିଟର ଦୂରରେ ରହିଛି ‘ଫନି’। ଏହା ବିଶାଖାପାଟଣାଠାରୁ ୪୩୦ କିଲୋମିଟର ଦୂରରେ ରହିଛି। ୩ତାରିଖରେ ପୁରୀର ଦକ୍ଷିଣରେ ଉପକୂଳ ଛୁଇଁବ। ଏହି ସମୟରେ ଘଣ୍ଟା ପ୍ରତି ୧୭୫-୧୮୦ କିଲୋମିଟର ବେଗରେ ପବନ ବହିବ। ଘଣ୍ଟାପ୍ରତି ୧୦କିଲୋମିଟର ବେଗରେ ଗତି କରୁଛି ଫନି। ଦେଢ ମିଟର ଉଚରେ ଜୁଆର ରହିବ। ୩ତାରିଖ ସନ୍ଧ୍ୟାରେ ପୁରୀ ପାଖାପାଖି ଲ୍ୟାଣ୍ଡଫଲ୍ କରିବ। ୨ରୁ ୪ତାରିଖ ପର୍ଯ୍ୟନ୍ତ ରାଜ୍ୟରେ ଭୀଷଣ ପ୍ରଭାବ ଆଶଙ୍କା କରାଯାଉଛି। ଦକ୍ଷିଣ ଓ ଉପକୂଳ ଓଡିଶାରେ ପ୍ରବଳ ବର୍ଷା ସମ୍ଭାବନା ରହିଛି। ମତ୍ସ୍ୟଜୀବୀଙ୍କୁ ସମୁଦ୍ର ମଧ୍ୟକୁ ନଯିବାକୁ ପରାମର୍ଶ ଦିଆଯାଇଛି। ପୁରୀ ବାଲୁଖଣ୍ଡରେ ଫନି ଲ୍ୟାଣ୍ଡଫଲ୍ କରିବାର ସମ୍ଭାବନା ରହିଛି। ୩ତାରିଖ ଅପରାହ୍ନରେ ଲ୍ୟାଣ୍ଡଫଲ୍ କରିବାର ସମ୍ଭାବନା ରହିଛି। ଲ୍ୟାଣ୍ଡଫଲ୍ ବେଳେ ୧୮୫ କିଲୋମିଟର ବେଗରେ ପବନ ବହିପାରେ। ଆମେରିକୀୟ ସଂସ୍ଥା ଜେଟିଡବ୍ଲୁସି ରିପୋର୍ଟ ଆଧାରରେ ଏସଆରସି ସୂଚନା ଦେଇଛନ୍ତି।
For more visit us Jharka.com

ପୋଲିସ୍ ୟୁନିଫର୍ମରେ ରାନୀ!




ଫିଲ୍ମ ‘ହିଚକୀ’ର ସଫଳତା ପରେ ପୁଣିଥରେ ଅଭିନେତ୍ରୀ ରାନୀ ମୁଖର୍ଜୀ ଆଉ ଏକ ଦମଦାର ଚରିତ୍ରରେ ଅଭିନୟ କରିବାକୁ ଯାଉଛନ୍ତି। ପୁଣିଥରେ ପୋଲିସ ଭୂମିକାରେ ନଜର ଆସିବେ ରାନୀ ।ଖୁବଶୀଘ୍ର ଫିଲ୍ମ ‘ମର୍ଦ୍ଦାନୀ ୨’ ରାନୀ ନଜର ଆସିବେ। ଏହି ଫିଲ୍ମର ରାନୀଙ୍କ ପ୍ରଥମ ଲୁକ ମଧ୍ୟ ରିଲିଜ ହୋଇସାରିଲାଣି। ଏଥିରେ ରାନୀ ପୋଲିସ ପୋଷାକରେ ନଜର ଆସିଛନ୍ତି। ପୋଲିସ ୟୁନିଫର୍ମରେ ରାନୀ ବେଶ ଇମ୍ପ୍ରେସିଭ ଲାଗୁଛନ୍ତି।

ଏହି ଫିଲ୍ମରେ ରାନୀଙ୍କର ପ୍ରଥମ ଲୁକ୍ ଟ୍ରେଡ ଆନାଲିଷ୍ଟ ତରଣ ଆଦର୍ଶ ନିଜ ଟୁଇଟର ଆକାଉଣ୍ଟରେ ସେୟାର କରିଛନ୍ତି।‘ମର୍ଦ୍ଦାନୀ ୨’ ରାନୀଙ୍କ ଅଭିନୀତ ୨୦୧୪ରେ ରିଲିଜ ହୋଇଥିବା ‘ମର୍ଦ୍ଦାନୀ’ର ସିକ୍ୱେଲ। ପ୍ରଥମ ଫିଲ୍ମରେ ବି ରାନୀ ପୋଲିସ ଅଫିସର ଭାବେ ନଜର ଆସିଥିଲେ।

Read more: ପୋଲିସ୍ ୟୁନିଫର୍ମରେ ରାନୀ!
For more details visit us Jharka.com

Monday, 22 April 2019

Katrina kaif Confirmed for Akshya Kumars Movie Sooryavanshi



ରୋହିତ ସେଠୀଙ୍କ ମୁଭି ସୂର୍ଯ୍ୟବଂଶୀରେ ଅକ୍ଷୟ ଓ କ୍ୟାଟରୀନା ଏକାଠି ନଜର ଆସିବେ। ଅକ୍ଷୟ କୁମାର ଏହାକୁ ନେଇ ଟ୍ୟୁଇଟ୍ କରିଛନ୍ତି ୱେଲକମ ଟୁ ଆୱାର କପ  ୟୁନିର୍ଭସ କ୍ୟାଟରିନା ଆୱାର ସୂର୍ଯ୍ୟବଂଶୀ ଗାର୍ଲ ଓ ସେ ସେୟାର ରେିଥିବା ଫଟୋରେ ଅକ୍ଷୟ, କରଣ, ରୋହିତ ସେଠୀ ଓ କ୍ୟାଟରୀନା ଏକାଠି ଛିଡା ହୋଇଛନ୍ତି। ବିଗତ ଦିନରେ ଅକ୍ଷୟ ଓ କ୍ୟାଟରୀନାଙ୍କ ଯୋଡି ବକ୍ସ ଅଫିସରେ କମାଲ ଦେଖାଇଛି। ବହୁତ ଦିନ ହେବ ଏକାଠି ନଜର ଆସି ନଥିଲେ ଏହି  ଯୋଡି। ତିସମାରଖାନ ଲାଷ୍ଟ ମୁଭି ଥିଲା ଯେଉଁଥିରେ ଏକାଠି ନଜର ଆସିଥିଲେ ଅକ୍ଷୟ ଓ କ୍ୟାଟରିନା। ଏହି ମୁଭି ୨୦୨୦ ମସିହା ଇଦରେ ରିଲିଜ ହେବାକୁ ଯାଉଛି।



Read more : ପୁଣିଥରେ ଏକାଠି ଅକ୍ଷୟ ଓ କ୍ୟାଟରୀନା!

For more visit us Jharka.com

How to do Bhujagasana and its Health Benefits


ପେଟମାଡି ଶୋଇ ଦୁଇ ହାତକୁ ଛାତିର ଦୁଇ ପାଶ୍ୱର୍ରେ ଲାଗି ଉପରକୁ ଉଠି ରହିବ। ଦୁଇ ପାଦ ମଧ୍ୟରେ ପ୍ରାୟ ୧ ଫୁଟ ବ୍ୟବଧାନ ରଖି ଆଙ୍ଗୁଠିରେ ଭରା ଦେଇ ରୁହନ୍ତୁ। ପ୍ରଶ୍ୱାସ ଦ୍ୱାରା ଛାତିକୁ ଧୀରେ ଧୀରେ ଉପରକୁ ଉଠାନ୍ତୁ।  ନାଭି ପର୍ଯ୍ୟନ୍ତ ଉଠିବା ପରେ ବାମ କାନ୍ଧ ଉପରୁ ଡାହାଣ ଗୋଇଠିକୁ ଦେଖିବାକୁ ଚେଷ୍ଟା କରନ୍ତୁ। କିଛି ସମୟ ଏହିପରି କରିବା ପରେ ଧୀରେ ଧୀରେ ନିଶ୍ୱାସ ଛାଡନ୍ତୁ। ଏହାପରେ ପୁଣି ପେଟ ମାଡି ଶୋଇପଡନ୍ତୁ। ଧ୍ୟାନ ରଖନ୍ତୁ ଏହି ଆସନକୁ ହାଇପରଆକ୍ଟି୍ ଭ, ହାର୍ଣ୍ଣିଆ ଓ ମେରୁଦଣ୍ଡ ସମସ୍ୟା ଥିବ।ବ୍ୟକ୍ତି ନକରିବା ଉଚିତ।



Read more :  ତୀର୍ଯ୍ୟକ୍ ଭୁଜଙ୍ଗାସନ!

For more details visit us Jharka.com

ବକ୍ସ ଅଫିସରେ ୧୦୦ଦିନ ପୂରଣ କଲା ‘ଉରୀ: ଦ ସର୍ଜିକାଲ ଷ୍ଟ୍ରାଇକ୍‌’



ଜାନୁଆରୀ ୧୧, ୨୦୧୯ରେ ରିଲିଜ୍‌ ହୋଇଥିଲା ଫିଲ୍ମ ‘ଉରୀ: ଦ ସର୍ଜିକାଲ ଷ୍ଟ୍ରାଇକ୍‌’। ଏହି ଫିଲ୍ମରେ ମୁଖ୍ୟ ଭୂମିକାରେ ନଜର ଆସିଥିଲେ ଅଭିନେତା ବିକି କୌଶଲ ଏବଂ ଅଭିନେତ୍ରୀ ୟାମି ଗୌତମ। ଫିଲ୍ମଟି ରିଲିଜ୍‌ ହେବାର ମାସକ ମଧ୍ୟରେ ୨୦୦କୋଟି କ୍ଲବ୍‌ରେ ସ୍ଥାନ ବନାଇ ସାରିଥିବା ବେଳେ ଏବେ ବକ୍ସ ଅଫିସରେ ୧୦୦ଦିନ ପୂରଣ କରିଛି ଫିଲ୍ମ ‘ଉରୀ: ଦ ସର୍ଜିକାଲ ଷ୍ଟ୍ରାଇକ୍‌’।



ଏହି ସୂଚନା ଫିଲ୍ମର ନିର୍ଦ୍ଦେଶକ ଆଦିତ୍ୟ ଧର ନିଜ ଟୁଇଟ୍‌ର ଆକାଉଣ୍ଟ ଜରିଆରେ ଦେବା ପରେ, ତାହା ସାମ୍ନାକୁ ଆସିଛି। ଉରୀକୁ ଦର୍ଶକଙ୍କ ଏତେ ସଂଖ୍ୟକ ଭଲ ପାଇବା ମିଳିଥିବାରୁ ସମସ୍ତଙ୍କୁ ଧନ୍ୟବାଦ୍‌ ଜଣାଇ ୧୦୦ଦିନ ପୂରଣ କରିଥିବାର ସୂଚନା ଦେଇଛନ୍ତି ଆଦିତ୍ୟ। ଫିଲ୍ମର କାହାଣୀ ୨୦୧୬ରେ ଭାରତୀୟ ଯବାନମାନେ ଉରୀରେ କରିଥିବା ସର୍ଜିକାଲ ଷ୍ଟ୍ରାଇକ୍‌କୁ ନେଇ ନିର୍ମାଣ କରାଯାଇଥିଲା।


For more visit us Jharka.com

Friday, 19 April 2019

Salman Khans Upcoming Movie Bharat to Release this Eid



ଏଯାଏଁ ବଲିଉଡ ଷ୍ଟାର୍‌ ସଲମାନ୍‌ ଖାନ୍‌ଙ୍କୁ ଭିନ୍ନ ଭିନ୍ନ ରୂପରେ ଦେଖିବାକୁ ପାଇଛନ୍ତି। ହେଲେ ଆପଣ ତାଙ୍କୁ କେବେ ବି ନୌସେନାର ଅଧିକାରୀ ଭାବେ ଦେଖିବାକୁ ପାଇନାହାନ୍ତି। ଏହି ସିନେମାରେ ସଲମାନ୍‌ ପ୍ରଥମ ଥର ପାଇଁ ନୌବାହିନୀ ଅଧିକାରୀ ଭୂମିକାରେ ଅଭିନୟ କରିଥିବା ଜଣାଯାଇଛି। ସଲମାନ୍‌ ଖାନ୍‌ ନିଜର ଏଭଳି ଏକ ନୂଆ ଲୁକ୍‌ ଫ୍ୟାନ୍‌ମାନଙ୍କ ଉଦ୍ଦେଶ୍ୟରେ ସେଆର୍‌ କରିଛନ୍ତି। ସଲମାନ୍‌ ଖାନ୍‌ ମୁକ୍ତି ପ୍ରତୀକ୍ଷିତ ସିନେମା ‘ଭାରତ୍‌’ରେ ଏଭଳି ଲୁକ୍‌ରେ ଆସିଛନ୍ତି। ସଲ୍‌ମାନ୍‌ ଖାନ୍‌ ଯେଉଁ ନୂଆ ପୋଷ୍ଟର ସେଆର୍‌ କରିଛନ୍ତି ସେଥିରେ ତାଙ୍କୁ ନୌସେନାର ୟୁନଫର୍ମରେ ଦେଖିବାକୁ ମିଳିଛି।



ଏହି ପୋଷ୍ଟରରେ ନାୟିକା କାଟ୍ରିନା କୈଫ୍‌ଙ୍କୁ ମଧ୍ୟ ଦେଖିବାକୁ ପାଇଛନ୍ତି ପ୍ରଶଂସକମାନେ। ସଲମାନ୍‌ ଖାନ୍‌ ଏହି ପୋଷ୍ଟରକୁ ସେଆର୍‌ କରି ଲେଖିଛନ୍ତି ‘ମୋର ମାଟି ,ମୋ’ ଦେଶ,’। ‘ଭାରତ୍‌’ରେ ସଲମାନ୍‌ ଖାନ୍‌ ତୃତୀୟ ଥର ପାଇଁ ନିର୍ଦ୍ଦେଶକ ଅଲୀ ଅବ୍‌ବାସ ଜାଫରଙ୍କ ସହିତ କାମ କରିଛନ୍ତି।

Read more :  ୨୦୧୯ ଇଦ୍‌ ଅବସରରେ ମୁକ୍ତିଲାଭ କରିବ‘ଭାରତ’!

For more visit us Jharka.com


Odisha Zoo Lost a Tamain Monkey



ନନ୍ଦନକାନନରେ ପଶୁପକ୍ଷୀ ସଂଖ୍ୟା କମିବାରେ ଲାଗିଛି। ଆଜି ଏକ ତାମାରିନର ମୃତ୍ୟୁ ଘଟିଛି। ତାମାରିନ୍ ଏକ ବିରଳ ପ୍ରାଣୀ। ଖୁବ୍ କମ ସଂଖ୍ୟକ ତାମାରିନ୍ ନନ୍ଦନକାନନରେ ଥିଲେ କିନ୍ତୁ ଏବେ ଏହି ସଂଖ୍ୟା ଧିରେ ଧିରେ ହ୍ରାସ ପାଇବାରେ ଲାଗିଛି। ଶୁକ୍ରବାର ଦିନ ବାରଙ୍ଗସ୍ଥିତ ପ୍ରାଣୀ ଉଦ୍ୟାନ ନନ୍ଦନକାନନରେ ଗୋଟିଏ ଅଣ୍ଡିରା ତାମାରିନ୍‌ ମାଙ୍କଡ଼ର ମୃତ୍ୟୁ ଘଟିଛି।




ସେ ପ୍ରାଣୀ ଚିକିତ୍ସା କେନ୍ଦ୍ରର କ୍ୱାରେଣ୍ଟାଇନ୍‌ରେ ରହୁଥିଲା। ତା’ର ଶବ ବ୍ୟବଚ୍ଛେଦ କରାଯିବା ପରେ ମୃତ୍ୟୁର କାରଣ ଜଣାପଡ଼ିବ।ଗତବର୍ଷ ତାକୁ ମଦୁରାଇରୁ ଅଣାଯାଇଥିଲା
Read more : Odisha Zoo Lost a Tamain Monkey

For more visit us Jharka.com

Thursday, 18 April 2019

Jet Airways Halts all Operations from Yesterday Night as Banks Reject Funding Request



ଘୋର ଆର୍ଥିକ ଶଙ୍କଟ ଦେଇ ଗତି କରୁଥିବା ଜେଟ୍ ଏୟାରୱେଜ୍ ଶେଷରେ ନିଜର ଅସ୍ତିତ୍ୱ ହରାଇବାକୁ ଯାଉଛିା ଗତକାଲି ରାତିଠାରୁ କମ୍ପାନୀର ବିମାନ ଚଳାଚଳ ବନ୍ଦ ହୋଇଯାଇଛିା  କୈାଣସି ଜରୁରୀକାଳୀନ ପାଣ୍ଠିର ସହାୟତା ନମିଳିବାରୁ  ଜେଟ୍ ଏୟାରୱେଜ୍ ଏହାର ସମସ୍ତ ବିମାନ ସେବାକୁ ବାତିଲ୍ କରିବାକୁ ନିଷ୍ପତି ନେଇଛିା ପାଣ୍ଠି ଯୋଗାଇବାକୁ ଶେଷରେ ବ୍ୟାଙ୍କ ଗୁଡିକ ମନା କରିଦେବାରୁ ଏଭଳି ପରିସ୍ଥିତି ଉପୁଜିଛିା ବିମାନ ଚଳାଚଳ ଜାରି ରଖିବା ଲାଗି କମ୍ପାନୀ ନିକଟରେ ଇନ୍ଧନ ଏବଂ ଅନ୍ୟାନ୍ୟ ସେବା ନିମନ୍ତେ ପାଣ୍ଠି ନଥିବା ଯୋଗୁ ଉଡାଣକୁ ବାତିଲ୍ କରାଯାଇଥିବା

ଏୟାରୱେଜ ପକ୍ଷରୁ ଷ୍ଟକ୍ ଏକ୍ସଞ୍ଜକୁ ଦିଆଯାଈଥିବା ସୂଚନାରେ କୁହାଯାଇଛିା ଭାରତୀୟ ଷ୍ଟେଟ୍ କମ୍ପାନୀ ନେତୃତ୍ୱରେ ଗଠିତ କନସୋର୍ଟିୟମ୍ ବିମାନ କମ୍ପାନୀକୁ ୪୦୦ କୋଟି ଟଙ୍କାର ଅନ୍ତରୀଣ ପାଣ୍ଠି ସହାୟତା ଦେବାକୁ ଆଗ୍ରହ୍ୟ କରିବା ପରେ ଏୟାରୱେଜର ନିର୍ଦ୍ଦେଶକ ମଣ୍ଡଳୀଙ୍କ ପରାମର୍ଶ କ୍ରମେ ଏଭଳି କଷ୍ଟଦାୟକ ନିଷ୍ପତି ଗ୍ରହଣ କରାଯାଇଛିା ଗତ ଶୁକ୍ରବାର ଠାରୁ ଜେଟ୍ ଏୟାରୱେଜର ମାତ୍ର ୭ ବିମାନ ଉଡାଣ କରୁଥିବାବେଳେ ମଙ୍ଗଳବାର ଏହି ଉଡାଣ ସଂଖ୍ୟା  ୫କୁ ଖସି ଆସିଥିଲ।।

Read More  ବନ୍ଦହେଲା ଜେଟ୍ ଏୟାରୱେଜ୍  ବିମାନ ସେବା!

For more visit us Jharka.com

Indias First Ever Hydrogen Fuel Cell Powered Bus Reveals by TATA Motors





ବିଶ୍ୱରେ ବାରମ୍ବାର ପେଟ୍ରୋଲ୍ ଡିଜେଲର ବର୍ଦ୍ଧିତ ମୂଲ୍ୟ ଏବଂ ବାୟୁ ପ୍ରଦୂଷଣରୁ ମୁକ୍ତି ପାଇବା ପାଇଁ ଅଟୋମୋବାଇଲ୍ କମ୍ପାନୀ ପେଟ୍ରୋଲ୍ ଡିଜେଲ୍ ଚାଳିତ ବାହାନର ବିକଳ୍ପରେ ନୂଆ ଟେକ୍ନୋଲୋଜିର ସନ୍ଧାନରେ ଲାଗିଡପଡିଛନ୍ତି। ଟାଟା ମୋଟରସ୍ ଏହିପରି ଏକ ବିମାନ ତିଆରି କରିବାରେ ଲାଗିଛି ଯାହା ପେଟ୍ରୋଲ୍ କିମ୍ବା ଡିଜେଲ୍ ନୁହେଁ ପାଣିରେ ଚାଲିବ।


ଏହା ଏହିପରି ଏକ ବସ ହେବ ଯାହା ହାଇଡ୍ରୋଜେନ୍ ଫୁଏଲ୍ ସେଲ୍ ଟେକ୍ନୋଲୋଜି ଦ୍ୱାରା ଚାଳିତ ହେବ। ଏହା ନିର୍ମାଣ କରିବା ପାଇଁ ଟାଟା ମୋଟରର୍ସ ଇଣ୍ଡିଆନ୍ ଅଏଲ୍ କର୍ପୋରେସନ୍ ସହ ଚୁକ୍ତି ଚାଲିଛି। ଭାରତର ପ୍ରଥମ ହାଇଡ୍ରୋଜେନ ବସର ଟେଷ୍ଟିଙ୍ଗ ଆରମ୍ଭ ହୋଇଯାଇଛି। ରିପୋର୍ଟ ଅନୁଯାୟୀ ଟାଟା ମୋଟରସ୍ ଏହି ବସ୍ ହାଇଡ୍ରୋଜେନ୍ ଫୁଏଲ୍ ଦ୍ୱାରା ଚାଲିତ ହେବ। ଏଥିରେ ୧୪୪ ହାର୍ସ ପାୱାରର ଶକ୍ତି ଉତ୍ପାଦନ କରିବାରେ କ୍ଷମତା ରଖିଥାଏ। ଏହା ୮୦୦ ଆରପିଏମରେ ମୋଟ ୧୦୫୦ ନ୍ୟୁଟନ୍ ମିଟରର ଟାର୍କ ଉତ୍ପାଦନ କରିବ। ଏହି ବସେରେ ଏକାଠି ୩୦ ଜଣ ଯାତ୍ରୀ ଯାତ୍ରା କରି ପାରିବେ।

ଏହି ବସ ହାଇଡ୍ରୋଜେନ୍ ପାୱାରରେ ଚାଲିବା ହେତୁ ଏଥିରୁ କୈାଣସି ପ୍ରକାର ଧୂଆଁ ବାହାରିବ ନାହିଁ।

Read more ଆସିଗଲା ପାଣିରେ ଚାଲୁଥିବା ବସ୍!

For more details visit us Jharka.com


Varun Dhawan and Sara Aali Khan to Step into Govinda and Karismas Shoes for Coolie no 1 Remake


୧୯୯୫ରେ ମୁକ୍ତିଲାଭ କରିଥିଲା ମୁଭି କୁଲି ନମ୍ବର ୱାନ୍। ଏହାର ନିର୍ଦ୍ଦେଶନା ଦେଇଥିଲେ ଡେଭିଡ୍ ଧୱନ୍। ମୁଖ୍ୟ ଭୂମିକାରେ ସ୍ୱର୍ଗୀୟ କାଦର ଖାନ୍, ଗୋବିନ୍ଦା, କରିସ୍ମା କପୁର ଅଭିନୟ କରିଥିଲେ। ମାତ୍ର ୩ କୋଟି ବଜେଟରେ ନିର୍ମିତ ହୋଇଥିବା ଏହି ମୁଭି ସେତେବେଳେ ୨୫ କୋଟିରୁ ଅଧିକ ଇନକମ କରିଥିଲା। ସେହି ସମୟରେ ଗୋବିନ୍ଦା ଓ କରିସ୍ମାଙ୍କ ଯୋଡି ସୁପର ହିଟ୍ ଥିଲା। ୯୦ ଦଶକର ଏଇ ସୁପରହିଟ ଚଳଚ୍ଚିତ୍ରର ରିମେକ୍ ଖୁବ ଶିଘ୍ର ଆରମ୍ଭ ହେବାକୁ ଯାଉଛି। ମିଳିଥିବା ଖବର ଅନୁଯାୟୀ ଏପ୍ରିଲ୍ ୨୪  ବରୁଣଙ୍କ ଜନ୍ମ ଦିନରେ ଡେଭିଡ୍ ଧୱନ ଘୋଷଣା କରିବେ।



ଘୋଷଣା ସମୟରେ ଗୋବିନ୍ଦା ଓ କରିସ୍ମା ଉପସ୍ଥିତ ରହି ପାରନ୍ତି ବୋଲି ଶୁଣିବାକୁ ମିଳିଛି। ୨୪ ବର୍ଷ ପରେ ନିର୍ମିତ ହେଉଥିବା ଏହି ଫିଲ୍ମ ମୁଖ୍ୟ ଭୂମିକାରେ ଅଭିନୟ କରିବେ ସାରା ଓ ବରୁଣ।

Read more :  ରିମେକରେ ବରୁଣ-ସାରା!

For more visit us Jharka.com

Wednesday, 17 April 2019

Chinese App Tik Tok Banned in India


ବହୁଦିନ ହେଲା ଯୁବପିଢୀଙ୍କ ଦ୍ୱାରା ବ୍ୟବହୃତ ହୋଇ ଆସୁଥିଲା ଟିକଟକ୍। ଦିନରାତି ଟିକଟକରେ ମାତି ରହୁଥିଲେ। ଯୁବପିଢୀ ‘ଟିକ୍‌ଟକ୍‌’ ଆପ୍‌ ଉପରୁ ନିଷେଧାଜ୍ଞା ଉଠାଇବାକୁ ଚୀନ୍‌ର ବାଇଟେଣ୍ଡାନ୍‌ସ୍‌ ଟେକ୍‌ନୋଲଜିର ଅନୁରୋଧକୁ ମାଡ୍ରାସ୍‌ ହାଇକୋର୍ଟ ଅଗ୍ରାହ୍ୟ କରିବା କେତେ ଘଣ୍ଟା ପରେ ଗୁଗଲ ଏପରି ପଦକ୍ଷେପ ନେଇଛି। ଗତକାଲି ଠାରୁ ଗୁଗଲ୍ ପ୍ଲେଷ୍ଟୋରରେ ଆଉ ଟିକଟକ୍ ମକ୍ଟଳର ନାହିାଁ ଟିକଟକ୍ ବନ୍ଦ ହେବାର ଅନେକ ଗୁଡିଏ କାରଣ ରହିଛିା ବ୍ୟବହାରକାରୀ ପିଲାଙ୍କୁ ଉତ୍ପିଡ଼କଙ୍କ କବଳରେ ପକାଇବ ବୋଲି କହି ‘ଟିକ୍‌ଟକ୍‌’ ନିଷିଦ୍ଧ କରିବାକୁ ଏପ୍ରିଲ୍‌ ୩ ତାରିଖ ଦିନ ମାଡ୍ରାସ୍‌ ହାଇକୋର୍ଟ କେନ୍ଦ୍ର ସରକାରଙ୍କୁ କହିଥିଲେ। ଏହାକୁ ନିଷିଦ୍ଧ କରିବାକୁ ଜଣେ ବ୍ୟକ୍ତି ଜନସ୍ୱାର୍ଥ ମାମଲା ଦାଏର କରିବା ପରେ ଅଦାଲତ ଏ ଭଳି ରାୟ ଦେଇଥିଲେ।



ରାଜ୍ୟ ଅଦାଲତଙ୍କ ଆଦେଶ ମାନିବାକୁ କେନ୍ଦ୍ର ସରକାର ଆପ୍ ଏବଂ ଗୁଗଲକୁ ଚିଠି ଜାରି କରିଥିଲେ। ବିଳମ୍ବିତ ମଙ୍ଗଳବାର ଯାଏଁ ଆପ୍ଲ୍‌ ପ୍ଲାଟ୍‌ଫର୍ମରେ ଟିକ୍‌ଟକ୍‌ ଆପ୍‌ ରହିଥିଲା। ଗୁଗଲ ଏକ ବିବୃତିରେ କହିଛି ଯେ ବ୍ୟକ୍ତିଗତ ଆପ୍‌ ଉପରେ ଗୁଗଲ୍‌ ମତାମତ ଦିଏ ନାହିଁ, କିନ୍ତୁ ସ୍ଥାନୀୟ ଆଇନ୍‌ ଅନୁସାରେ ଚଳେ।

Read more : Chinese App Tik Tok Banned in India

For more visit us Jharka.com

Death Anniversary of Biju Patnaik and Radhanath Ray



ଉତ୍କଳରେ ଶିକ୍ଷାର ଉନ୍ନତି ଓଡିଆ ସାହିତ୍ୟ କ୍ଷେତ୍ରକୁ କବିବର ରାଧାନାଥ ରାୟଙ୍କ ଅବଦାନ ଅତୁଳନୀୟା ଓଡିଶାର ନୂତନ କାବ୍ୟ ସାହିତ୍ୟର ସେ ସ୍ରଷ୍ଟା । ଊନବିଂଶ ଶତାବ୍ଦୀରେ ରାଧାନାଥ ରାୟ ହିଁ ପ୍ରଥମେ ପ୍ରାଚୀନତାକୁ ଛାଡି କାବ୍ୟ- ସାହିତ୍ୟର ରଚନାରେ ନୂତନ ଧାରା ପ୍ରବେଶ କରାଇଥିଲୋ ପ୍ରବନ୍ଧ ରଚନାରୁ ଆରମ୍ଭ ହୋଇଥିଲା ରାଧାନାଥ ରାୟଙ୍କ ସାସ୍ତସତ୍ୱ ଜୀବନା ୧୮୭୩ରେ ପ୍ରକାଶିତ ବିବେକୀ ତାଙ୍କର ରଚିତ ପ୍ରଥମ ଓଡିଆ ରଚନ।।


ତାଙ୍କ କାବ୍ୟ ଗୁଡିକ ମୁଖ୍ୟତଃ ଭାରତର କିମ୍ବଦନ୍ତୀ  ଓ ପୁରାଣର ଆଧାରରେ ରଚିତା ମହାଯାତ୍ରା ରାଧାନାଥ ରାୟଙ୍କ ଶ୍ରେଷ୍ଠ କାବ୍ୟା କେଦାରଗୈାରୀ, ଚନ୍ଦ୍ରଭାଗା, ନନ୍ଦିକେଶ୍ୱରୀ, ଉଷା, ପାର୍ବତୀ, ଚିଲିକା, ଦରବାର, ଯଯାତିକେଶରୀ ଆଦି ତାଙ୍କ ରଚିତ ଅନ୍ୟ ପ୍ରମୁଖ କାବ୍ୟ ସାହିତ୍ୟା ଉଭୟ ପ୍ରେମ ଓ ପ୍ରକୃତି ଚିତ୍ରଣ ରାଧାନାଥ ରାୟଙ୍କ କାବ୍ୟର ବିଶେଷତ୍ୱା କାଳିଦାସଙ୍କ ମେଘଦୂତ କାବ୍ୟ ରାଧାନାଥ ରାୟଙ୍କ  ଦ୍ୱାରା ଓଡିଆ ଭାଷାରେ ଅନୁମୋଦିତା ଓଡିଆ ସାହିତ୍ୟ ଏକାଡେମି ଦ୍ୱାରା ପ୍ରକାଶିତ ଓଡିଆ ଲେଖକ ପରିଚୟ ପୁସ୍ତକ ଅନୁସାରେ ୧୯୦୮ ଏପ୍ରିଲ୍ ଆଜିର ଦିନରେ ତାଙ୍କର ପରଲୋକ ଘଟିଥିଲ।।

ଓଡିଶାର ପୂର୍ବତନ ମୁଖ୍ୟମନ୍ତ୍ରୀ ବିଜୁ ପଟ୍ଟନାୟକ ସାହାସ, ସ୍ୱାଭିମାନ ଓ ଦୂରଦୃଷ୍ଟିର ପ୍ରତୀକା ବର୍ତ୍ତମାନ ମଧ୍ୟ ଜନସମାଜ ଓ ଯୁବପିଢୀ ତାଙ୍କ ଆଦର୍ଶ ଦ୍ୱାରା ଅନୁପ୍ରାଣୀତା କଳିଙ୍ଗର ହୃତ ଗୈାରବ ଫେରାଇ ଆଣିବାରେ ସେ ଥିଲେ ଦୃଢ ପ୍ରତିଜ୍ଞା ଓଡିଶା  ଭଳି ଖଣି ସଂପଦ ଭରା ରାଜ୍ୟରେ ଶିଳ୍ପର ବିକାଶ ପାଇଁ ବାଟ ଫିଟାଇ ଥିଲୋ ବ୍ୟକ୍ତିଗତ ଉଦ୍ୟମରେ ଗଢିଥିଲେ ଚୈାଦ୍ୱାରରେ ଓଡିଶା ଟେକ୍ସଟାଇଲ ମିଲ୍, କଳିଙ୍ଗ ଟ୍ୟୁବସ୍, କଳିଙ୍ଗ ରେଫ୍ରିଜେରେନସ୍, କଳିଙ୍ଗ ଈଣ୍ଡଷ୍ଟ୍ରି ଭଳି ଅନେକ କଳକାରଖାନ।।

Read more : Death Anniversary of Biju Patnaik and Radhanath Ray

For more visit us Jharka.com

Odisha CM Naveen Patanaik is a Rule Abiding Person



ସରକାରଙ୍କ ନିୟମ ସମସ୍ତଙ୍କ ପାଇଁ ସମାନ ସେ ମୁଖ୍ୟମନ୍ତ୍ରୀ, କେନ୍ଦ୍ରମନ୍ତ୍ରୀ, ଜଣେ ବରିଷ୍ଠ ପଦାଧିକାରୀ କି ସାଧାରଣ ଜନତା ହୁଅନ୍ତୁ, ଏକଥା ପୁଣି ଥରେ ପ୍ରମାଣିତ କରି ଦେଖାଇଛନ୍ତି ଓଡ଼ିଶାର ସର୍ବଶ୍ରେଷ୍ଠ ଜନପ୍ରିୟ ନେତା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଗତକାଲି ନିର୍ବାଚନୀ ପ୍ରଚାର ପାଇଁ ରାଉରକେଲା ଗସ୍ତ କରିଥିଲେ ମୁଖ୍ୟମନ୍ତ୍ରୀ। ଭାରତୀୟ ନିର୍ବାଚନ କମିଶନଙ୍କ ଫ୍ଲାଇଂ ସ୍କ୍ୱାଡ୍ ମୁଖ୍ୟମନ୍ତ୍ରୀଙ୍କ ହେଲିକପ୍ଟର ଏବଂ ଲଗେଜ୍ ଯାଞ୍ଚ କରିବା ପାଇଁ ଚାହିଁଲେ। ଓଡ଼ିଶାର 4ଥରର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବିନା ଦ୍ୱିଧାରେ ଫ୍ଲାଇଂ ସ୍କ୍ୱାଡକୁ ସହଯୋଗ କରିଥିଲେ। ଯାଞ୍ଚ ସରିବା ପର୍ଯ୍ୟନ୍ତ ହେଲିକପ୍ଟରରେ ବସି ରହି ଅପେକ୍ଷା କରିଥିଲେ ନବୀନ। ଯାଞ୍ଚ ସରିବା ପରେ ସ୍କ୍ୱାର୍ଡ ସଦସ୍ୟଙ୍କୁ ଧନ୍ୟବାଦ ଜ୍ଞାପନ କରିଥିଲୋ

ସତରେ କେତେ ସରଳ ଅଟନ୍ତି ଓଡ଼ିଶାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହି ଘଟଣାରୁ ସ୍ପଷ୍ଟ ପ୍ରମାଣିତ ହେଲା।

Read more : ଓଡ଼ିଶାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସରଳ, ଭଦ୍ର ଓ ନମ୍ର ବୋଲି ପୁଣି ଥରେ ପ୍ରମାଣିତ ହେଲା

For more details visit us Jharka.com

Tuesday, 16 April 2019

The Temperature is Rising in Bhubaneswar | Odisha News


ରାଜ୍ୟରେ ଦିନକୁ ଦିନକୁ ବଢ଼ିବାରେ ଲାଗିଛି ଅସହ୍ୟ ଖରା ଓ ପ୍ରଚଣ୍ଡ ତାତି। ରାଜ୍ୟର ୧୧ଟି ସହରରେ ୪୦ ଡିଗ୍ରୀ ଟପିଲା ପାରଦ। ଖରା ଓ ତାତିରେ ଡହଳବିକଳ ହେଉଛନ୍ତି ସାଧରଣ ଲୋକେ। ରବିବାର ଟିଟିଲାଗଡ଼ ରାଜ୍ୟର ସବୁଠୁ ଉତ୍ତପ୍ତ ସହର ଭାବେ ୪୩.୫ଡିଗ୍ରୀ ତାପମାତ୍ରା ରେକର୍ଡ କରାଯାଇଛି।ରବିବାର ଅନୁଗୁଳରେ ୪୨.୭ ଡିଗ୍ରୀ ତାପମାତ୍ରା ରେକର୍ଡ କରାଯାଇଥିବା ବେଳେ ବଲାଙ୍ଗିର ୪୨.୫, ତାଳଚେର ୪୨.୩, ଝାରସୁଗୁଡ଼ା ୪୧.୮, ସୋନପୁର ୪୧.୪, ସମ୍ବଲପୁର ୪୧.୧, ଭବାନୀପାଟଣା ୪୧, ହୀରାକୁଦ ୪୦.୯, ମାଲକାନଗିରି ୪୦.୬ ତାପମାତ୍ରା ରେକର୍ଡ କରାଯାଇଛି।

Read more : ଏପଟେ ନିର୍ବାଚନ ଉଷ୍ମତା ସେପଟେ ତାତି!

For more visit us Jharka.com

Student of the Year2 will Smith Dance with Tiger Shroff


ନିକଟରେ ରିଲିଜ ହୋଇଛି  ଷ୍ଟୁଡେଣ୍ଟ ।ଫ୍ ଦ ଇଅର ଟ୍ରେଲରା ଆସନ୍ତା ୧୦ ମେ’ ରେ ଫିଲ୍ମଟି ବଡ଼ ପରଦାରେ ରିଲିଜ ହେବ। ଏହି ପିଲ୍ମରେ ମୁଖ୍ୟ ଭୂମିକାରେ ନଜର ଆସିଛନ୍ତି ଟାଇଗର୍‌ ସ୍ରଫ୍‌। ଫିଲ୍ମରେ ଟାଇଗରଙ୍କ ବପକ୍ଷରେ ରହିଛନ୍ତି ଦୁଇଟି ନବାଗତା ନାୟିକା ତାରା ସୁତାରିଆ ଏବଂ ଅନନ୍ୟା ପାଣ୍ଡେ। ପୁନିତ ମାଲହୋତ୍ରା ଏହି ଫିଲ୍ମର ନିର୍ଦ୍ଦେଶନା ଦେଇଛନ୍ତି। କରଣ ଜୋହରଙ୍କ ଆଗାମୀ ଫିଲ୍ମ ‘‘ଷ୍ଟୁଡେଣ୍ଟ ଅଫ୍ ଦ ଇଅର୨’’ରେ ହଲିଉଡ ଷ୍ଟାର ୱିଲ ସ୍ମିଥ ନଜର ଆସିପାରନ୍ତିା


ଏହି ଚର୍ଚ୍ଚା ୱିଲ ସ୍ମିଥଙ୍କ ଏକ ଭିଡିଓ ରିଲିଜ ହେବାପରେ ହେଉଛିା ଏହି ଭିଡିଓରେ ସେ ଷ୍ଟୁଡେଣ୍ଟ ଅଫ୍ ଦ ଇୟରର ଷ୍ଟାର କାଷ୍ଟଙ୍କ ସହ ନଜର ଆସିଛନ୍ତିା ୨୦୧୨ରେ ରିଲିଜ ହୋଇଥିବା ‘ଷ୍ଟୁଡେଣ୍ଟ ଅଫ୍‌ ଦ ଇୟର’ ଫିଲ୍ମର ‘ରାଧା ତେରି ଚୂନ୍‌ରୀ’ ଗୀତରେ ଠୁମ୍‌କା ଲଗାଇଛନ୍ତି ସ୍ମିଥ୍‌। ଏଥିପାଇଁ ସେ ବହୁତ ଅଭ୍ୟାସ କରିଥିଲେ।

Read more : ହଲିଉଡ ଷ୍ଟାରଙ୍କ ଦେଶୀ ଠୁମକା!

For more visit us Jharka.com

Monday, 15 April 2019

Allia bhatt Reveals Why She can not Vote



ଲୋକସଭା ନିର୍ବାଚନର ପ୍ରଥମ ପର୍ଯ୍ୟାୟ ମତଦାନ ସରିଥିବା ବେଳେ ପୂର୍ବରୁ ଅନେକ କଳାକାର ନିଜ ନିଜର ପ୍ରଶଂସକମାନଙ୍କୁ ଭୋଟ୍‌ ଦେବା ପାଇଁ ଉତ୍ସାହିତ କରିଥିଲେ। କିନ୍ତୁ ଏବେ ଅଭିନେତ୍ରୀ ଆଲିଆ ଭଟ୍ଟ ଲୋକସଭା ନିର୍ବାଚନରେ ଭୋଟ୍‌ ଦେଇ ପାରିବେ ନାହିଁ ବୋଲି ମନା କରି ଦେଇଛନ୍ତି।ସୂଚନା ମୁତାବକ, ଫିଲ୍ମ କଲଙ୍କର ପ୍ରମୋସନର ସମୟରେ ବରୁଣ ଧଓ୍ଵନ, ଆଦିତ୍ୟ ରଏ କପୁର, ସୋନାକ୍ଷୀ ସିହ୍ନା ଏବଂ ଆଲିଆ ଭଟ୍ଟଙ୍କୁ ମତଦାନ ବିଷୟରେ ପଚରାଯିବା



ପରେ ବରୁଣ ଧଓ୍ଵନ, ଆଦିତ୍ୟ ରଏ କପୁର ଏବଂ ସୋନାକ୍ଷୀ ସିହ୍ନା ଭୋଟ୍‌ ଦେଇ ଦେଶ ପାଇଁ ଉଚିତ୍‌ ସରକାର ଗଢ଼ିବେ ବୋଲି କହିଥିଲେ। କିନ୍ତୁ ଆଲିଆ ଭୋଟ୍‌ ଦେଇ ପାରିବେ ନାହିଁ ବୋଲି କହିଥିଲେ। ଏହାର କାରଣ ପଚରାଯିବା ପରେ, ମୋ ପାସପୋର୍ଟ ପାଇଁ ମୁଁ ମତଦାନ କରି ପାରିବି ନାହିଁ।
Read more : ଆଲିଆ ନୁହଁନ୍ତି ଭାରତର ନାଗରିକ!

For more visit us Jharka.com



ସ୍ମାର୍ଟଫୋନ୍ ବ୍ୟାଟେରିର ଧ୍ୟାନ!

ଆଜିକାଲି ନାମୀ କମ୍ପାନୀ ସ୍ମାର୍ଟଫୋନ୍ ସହ ଗ୍ରାହକ ଉଚ୍ଚକ୍ଷମତା ସମ୍ପନ୍ନ ବ୍ୟାଟେରୀ ବ୍ୟବହାରକୁ ଅଧିକ ପ୍ରାଧାନ୍ୟ ଦେଉଛନ୍ତିା ଏକ ଜରୁରୀ ତଥା ମୁଖ୍ୟ ଆବଶ୍ୟକତା ପାଲଟି ଯାଇଥିବା ଏଇ ଫୋନ୍ ବ୍ୟାଟେରି ଶୀଘ୍ର ଶେଷ ହେବା ଅନ୍ୟତମ ସମସ୍ୟା ବୋଲି ୫୫ ପ୍ରତିଶତ ଲୋକ ସର୍ବେକ୍ଷଣରେ ପ୍ରକାଶ କରିଛନ୍ତିା ଜାପାନର ବିଶେଷଜ୍ଞ ଦଳ ଅନୁଧ୍ୟାନ କରିବା ପରେ ପ୍ରକାଶ କରିଛନ୍ତି ଯେ ନିଜେ ସଚେତନ ହେଲେ ହିଁ ବ୍ୟାଟେରି ଅପେକ୍ଷାକୃତ କମ୍ ଖର୍ଚ୍ଚ ହୋଇଥାଏା



  • ଯେପରି ଅଧିକ ଆବଶ୍ୟକ ପରିସ୍ଥିତି ନଥିଲେ ଫୋନକୁ ଭାଇବ୍ରେସନ୍ ମୋଡରେ ରଖନ୍ତୁ ନାହିାଁ  ଏହି ମୋଡରେ ରଖିଲେ ବ୍ୟାଟେରି ଶୀଘ୍ର ଶେଷ ହୋଇଥାଏ ବୋଲି ବିଭିନ୍ନ ପରୀକ୍ଷାରୁ ସ୍ପଷ୍ଟ ହୋଇଛିା ଭାଇବ୍ରେସନ୍ ହେଲେ ପୂରା ଫୋନ୍ ଏପାଖ ସେପାଖ ହୋଇଯାଇଥାଏା ଏହିପରି ହେବା ଦ୍ୱାରା ଫୋନ୍ ସହ ଅନ୍ୟ ଯନ୍ତ୍ରପାତି ମଧ୍ୟ ପ୍ରଭାବିତ ହୋଇଥାଏା ଏଣୁ କେବଳ କୈାଣସି ଜରୁରୀ ପରିସ୍ଥିତିରେ ଫୋନକୁ ଭାଇବ୍ରେସନ୍ ମୋଡରେ ରଖିବୋ
  • ଯଦି ଆବଶ୍ୟକ ନାହିଁ ତେବେ ସ୍ମାର୍ଟଫୋନକୁ ସୁଇଚ୍ ଅଫ୍ କରି ରଖନ୍ତୁା ଅନେକଙ୍କ ମତ ଯେ ଫୋନ୍ ବନ୍ଦ ହେଲେ ସେମାନେ ଜରୁରୀ କଥା ଜାଣି ପାରିବେ ନାହିାଁ ଏହିପରି କିଛି ନୁହୋ

For more visit us Jharka.com

Friday, 12 April 2019

Whole Nation is Ready to Celebrate Ram Navami


ଚୈତ୍ର ମାସ ଶୁକ୍ଳ ପକ୍ଷରେ ନବମୀ ତିଥିରେ ରାମ ନବମୀ ପାଳନ କରାଯାଇଥାଏ। ରାମ ନବମୀ ଅର୍ଥାତ୍ ରାମଙ୍କ ଜନ୍ମଦିନ, ତ୍ରେତୟା ଯୁଗର ବହୁ ପ୍ରସିଦ୍ଧ କାହାଣୀ ରାମାୟଣରେ ଦଶରଥଙ୍କ ପୁତ୍ର ଥିଲେ ଶ୍ରୀ ରାମଚନ୍ଦ୍ର। ବିଷ୍ଣୁଙ୍କ ସପ୍ତମ ଅବତାର ରାମ ଅଧର୍ମର ବିନାଶ ଓ ରାବଣର ସଂହାର କରିଥିଲେ। ସେଥିପାଇଁ ସେ ଯୁଗ ଯୁଗ ଧରି ପୂଜିତ ହୋଇ ଆସୁଛନ୍ତି। ଦୀର୍ଘ ୧୪ବର୍ଷ ଧରି ବନବାସରେ ରହି ନିଜର ପୁତ୍ରଧର୍ମ ପାଳନ କରିବା ସହ ବନବାସରୁ ଫେରି ନିଜର ରାଜଧର୍ମ ମଧ୍ୟ ପାଳନ କରିଥିଲେ ପ୍ରଭୁ ରାମଚନ୍ଦ୍ର। ଶ୍ରୀରାମଙ୍କ ଏହି ଅବତାର ମଣିଷ ଜୀବନକୁ ଅନେକ ପ୍ରଭାବିତ କରିଥାଏ। ତେଣୁ ରାମ ନବମୀରେ ପ୍ରଭୁଙ୍କ ଉଦ୍ଦେଶ୍ୟରେ ଶ୍ରୀରାମ ଚରିତ ମାନସ ପାଠ କରାଯାଏ।

ଦେଶର ଅଧିକାଂଶ ସ୍ଥାନରେ ରାମ ନବମୀ ଅତି ଆଡ଼ମ୍ବରର ସହ ପାଳନ କରାଯାଏ।  ଉତ୍ତରପ୍ରଦେଶ, ଆଯେଧ୍ୟା, ପଶ୍ଚିମବଙ୍ଗ ସମେତ ଓଡ଼ିଶାର ବିଭିନ୍ନ ସ୍ଥାନରେ ଲୋକେ ଏହି ମହାଉତ୍ସବକୁ ପାଳନ କରିଥାନ୍ତି। ମର୍ଯ୍ୟାଦାପୁରୁଷଙ୍କ ନାମରେ  ଭକ୍ତମାନଙ୍କର ମନ୍ଦିରରେ ଭିଡ଼ ଦେଖିବାକୁ ମିଳେ।

Read more : ଗୁଞ୍ଜରିତ ହେଉ ରାମଚରିତ ମାନସ: ଆସନ୍ତାକାଲି ଶ୍ରୀରାମ ନବମୀ
For more visit us Jharka.com

ଗୁଞ୍ଜରିତ ହେଉ ରାମଚରିତ ମାନସ: ଆସନ୍ତାକାଲି ଶ୍ରୀରାମ ନବମୀ



ଚୈତ୍ର ମାସ ଶୁକ୍ଳ ପକ୍ଷରେ ନବମୀ ତିଥିରେ ରାମ ନବମୀ ପାଳନ କରାଯାଇଥାଏ। ରାମ ନବମୀ ଅର୍ଥାତ୍ ରାମଙ୍କ ଜନ୍ମଦିନ, ତ୍ରେତୟା ଯୁଗର ବହୁ ପ୍ରସିଦ୍ଧ କାହାଣୀ ରାମାୟଣରେ ଦଶରଥଙ୍କ ପୁତ୍ର ଥିଲେ ଶ୍ରୀ ରାମଚନ୍ଦ୍ର। ବିଷ୍ଣୁଙ୍କ ସପ୍ତମ ଅବତାର ରାମ ଅଧର୍ମର ବିନାଶ ଓ ରାବଣର ସଂହାର କରିଥିଲେ। ସେଥିପାଇଁ ସେ ଯୁଗ ଯୁଗ ଧରି ପୂଜିତ ହୋଇ ଆସୁଛନ୍ତି। ଦୀର୍ଘ ୧୪ବର୍ଷ ଧରି ବନବାସରେ ରହି ନିଜର ପୁତ୍ରଧର୍ମ ପାଳନ କରିବା ସହ ବନବାସରୁ ଫେରି ନିଜର ରାଜଧର୍ମ ମଧ୍ୟ ପାଳନ କରିଥିଲେ ପ୍ରଭୁ ରାମଚନ୍ଦ୍ର। ଶ୍ରୀରାମଙ୍କ ଏହି ଅବତାର ମଣିଷ ଜୀବନକୁ ଅନେକ ପ୍ରଭାବିତ କରିଥାଏ। ତେଣୁ ରାମ ନବମୀରେ ପ୍ରଭୁଙ୍କ ଉଦ୍ଦେଶ୍ୟରେ ଶ୍ରୀରାମ ଚରିତ ମାନସ ପାଠ କରାଯାଏ।

ଦେଶର ଅଧିକାଂଶ ସ୍ଥାନରେ ରାମ ନବମୀ ଅତି ଆଡ଼ମ୍ବରର ସହ ପାଳନ କରାଯାଏ।  ଉତ୍ତରପ୍ରଦେଶ, ଆଯେଧ୍ୟା, ପଶ୍ଚିମବଙ୍ଗ ସମେତ ଓଡ଼ିଶାର ବିଭିନ୍ନ ସ୍ଥାନରେ ଲୋକେ ଏହି ମହାଉତ୍ସବକୁ ପାଳନ କରିଥାନ୍ତି। ମର୍ଯ୍ୟାଦାପୁରୁଷଙ୍କ ନାମରେ  ଭକ୍ତମାନଙ୍କର ମନ୍ଦିରରେ ଭିଡ଼ ଦେଖିବାକୁ ମିଳେ।

Read more: ଗୁଞ୍ଜରିତ ହେଉ ରାମଚରିତ ମାନସ: ଆସନ୍ତାକାଲି ଶ୍ରୀରାମ ନବମୀ

For more visit us Jharka.com

ନିର୍ବାଚନରେ ପ୍ରଥମଥର ପାଇଁ ‘ପିଙ୍କ ବୁଥ୍’



ବହୁ ପ୍ରତିକ୍ଷୀତ ସାଧାରଣ ନିର୍ବାଚନ ୨୦୧୯ର ପ୍ରଥମ ପର୍ଯ୍ୟାୟ ମତଦାନ ଶେଷ ହୋଇଛି। ଚଳିତ ବର୍ଷର ଲୋକସଭା ନିର୍ବାଚନ ପାଇଁ ଦେଶରେ ପ୍ରଥମଥର ପାଇଁ ପିଙ୍କ ବୁଥ୍ ସ୍ଥାପନ କରାଯାଇଛି। ଯାହା କେବଳ ମହିଳାଙ୍କ ଦ୍ୱାରା ପରିଚାଳିତ ହେବ। ରାଜଧାନୀ ଦିଲ୍ଲୀଠାରେ ନୋଏଡା, ଦାଦ୍ରି, ଜେଓ୍ୱର, ସିକନ୍ଦରାବାଦ୍ ଓ ଖୁରଜା ଠାରେ ଏହି ବୁଥି ଦେଖିବାକୁ ମିଳିଛି। ଏଠାରେ ନିଯୁକ୍ତ ହୋଇଥିବା ସମସ୍ତ କର୍ମଚାରୀ ହେଉଛନ୍ତି ମହିଳା। ଏହାର ସ୍ୱତନ୍ତ୍ରତା ହେଉଛି ବୁଥ୍ ର କାନ୍ଥ ଠାରୁ ଟେବୁଲ୍ କଭର ପର୍ଯ୍ୟନ୍ତ ପିଙ୍କ ରଙ୍ଗରେ ରଙ୍ଗାୟିତ। ଜିଲ୍ଲା ମାଜିଷ୍ଟ୍ରେଟ ତଥା ନିର୍ବାଚନ ଅଧିକାରୀ ବି.ଏନ୍ ସିଂହଙ୍କ କହିବା ଅନୁଯାୟୀ ନିର୍ବାଚନ ପ୍ରକ୍ରିୟାରେ ମହିଳାଙ୍କୁ ସାମିଲ କରାଯିବା ପାଇଁ ଏପରି ବିଶେଷ ଉଦ୍ୟମ କରାଯାଇଛି। ଏଠାରେ ଥିବା କର୍ମଚାରୀ ଅତ୍ୟନ୍ତ ଦକ୍ଷ ଅଟନ୍ତି।



For more visit us Jharka.com





ନିର୍ବାଚନରେ ପ୍ରଥମଥର ପାଇଁ ‘ପିଙ୍କ ବୁଥ୍’


ବହୁ ପ୍ରତିକ୍ଷୀତ ସାଧାରଣ ନିର୍ବାଚନ ୨୦୧୯ର ପ୍ରଥମ ପର୍ଯ୍ୟାୟ ମତଦାନ ଶେଷ ହୋଇଛି। ଚଳିତ ବର୍ଷର ଲୋକସଭା ନିର୍ବାଚନ ପାଇଁ ଦେଶରେ ପ୍ରଥମଥର ପାଇଁ ପିଙ୍କ ବୁଥ୍ ସ୍ଥାପନ କରାଯାଇଛି। ଯାହା କେବଳ ମହିଳାଙ୍କ ଦ୍ୱାରା ପରିଚାଳିତ ହେବ। ରାଜଧାନୀ ଦିଲ୍ଲୀଠାରେ ନୋଏଡା, ଦାଦ୍ରି, ଜେଓ୍ୱର, ସିକନ୍ଦରାବାଦ୍ ଓ ଖୁରଜା ଠାରେ ଏହି ବୁଥି ଦେଖିବାକୁ ମିଳିଛି। ଏଠାରେ ନିଯୁକ୍ତ ହୋଇଥିବା ସମସ୍ତ କର୍ମଚାରୀ ହେଉଛନ୍ତି ମହିଳା। ଏହାର ସ୍ୱତନ୍ତ୍ରତା ହେଉଛି ବୁଥ୍ ର କାନ୍ଥ ଠାରୁ ଟେବୁଲ୍ କଭର ପର୍ଯ୍ୟନ୍ତ ପିଙ୍କ ରଙ୍ଗରେ ରଙ୍ଗାୟିତ। ଜିଲ୍ଲା ମାଜିଷ୍ଟ୍ରେଟ ତଥା ନିର୍ବାଚନ ଅଧିକାରୀ ବି.ଏନ୍ ସିଂହଙ୍କ କହିବା ଅନୁଯାୟୀ ନିର୍ବାଚନ ପ୍ରକ୍ରିୟାରେ ମହିଳାଙ୍କୁ ସାମିଲ କରାଯିବା ପାଇଁ ଏପରି ବିଶେଷ ଉଦ୍ୟମ କରାଯାଇଛି। ଏଠାରେ ଥିବା କର୍ମଚାରୀ ଅତ୍ୟନ୍ତ ଦକ୍ଷ ଅଟନ୍ତି।
Read more : ନିର୍ବାଚନରେ ପ୍ରଥମଥର ପାଇଁ ‘ପିଙ୍କ ବୁଥ୍’

For more visit us Jharka.com

ପରଦାରେ ‘ଦ ତାସକେଣ୍ଡ୍ ଫାଇଲ୍’!



ରସିଆର ତାସକେନଟରେ ଲାଲ ବାହାଦୁର ଶାସ୍ତ୍ରୀଙ୍କର ରହସ୍ୟମୟ ମୃତ୍ୟୁକୁ ନେଇ ଏକ ଚଳଚ୍ଚିତ୍ର ନିର୍ମାଣ କରାଯାଇଛି। ଆଜି ଏହି ଚଳଚ୍ଚିତ୍ରଟି ମୁକ୍ତିଲାଭ କରିବ। ଏହାକୁ ଶାସ୍ତ୍ରୀଙ୍କ ରାଜନୈତିକ ଜୀବନ ସଂପର୍କତ ଅଣ ରାଜନୈତିକ ଫିଲ୍ମ କୁହାଯାଉଛି। ଫିଲ୍ମର କାହାଣୀ ଏକାଧିକ ବ୍ୟକ୍ତିଙ୍କ ଗବେଷଣା ଆଧାରରେ ପ୍ରସ୍ତୁତ। ଏଥିରେ ଜଣେ ନବୀନ ସାମ୍ବାଦିକା ଭୂମିକାରେ ଅଭିନୟ କରିଛନ୍ତି ଶ୍ୱେତା ବାସୁ ପ୍ରସାଦ। ଶାସ୍ତ୍ରୀଙ୍କ ରହସ୍ୟମୟ ମୃତ୍ୟୁ ସଂପର୍କରେ ଅନୁସନ୍ଧାନ କରୁଥିବା ସାମ୍ବାଦିକା।

ବହୁ ବ୍ୟବଧାନ ପରେ ଶ୍ୱେତାଙ୍କୁ ମୁଖ୍ୟ ଭୂମିକାରେ ଦେଖିବାକୁ  ମିଳିବା ୨୦୧୭ରେ ମୁକ୍ତିଲାଭ କରିଥିବା ବଦ୍ରିନାଥ କି ଦିଲହନିୟାରେ ସେ ଏକ ଛୋଟ ଭୂମିକାରେ ଅଭିନୟ କରିଥିଲେ। ଏହାପରେ ଶ୍ୱେତାଙ୍କୁ ଅତିଥୀ କଳାକାର ଭାବେ ମର୍ଦ କୋ ଦର୍ଦ ନେହି ହୋତାରେ ଦେଖିବାକୁ ମିଳିଥିଲା।

Read more : ପରଦାରେ ‘ଦ ତାସକେଣ୍ଡ୍ ଫାଇଲ୍’!
 For  more visit us Jharka.com


Thursday, 11 April 2019

ନିରାପଦ ମାତୃତ୍ୱ ଦିବସ



ଆଜି ଜାତୀୟ ନିରାପଦ ଦିବସା ଗର୍ଭଧାରଣ, ପ୍ରସବକାଳୀନ ନିରାପତ୍ତା ଓ ସନ୍ତାନ ଜନ୍ମ ପରେ ଉଭୟ ମା ଓ ଶିଶୁଙ୍କ ସ୍ୱାସ୍ଥ୍ୟ ସୁରକ୍ଷା ଏବଂ ଚିକିତ୍ସା ସଂପର୍କରେ ସଚେତନତା ସୃଷ୍ଟି ଏହି ଦିବସ ପାଳନର ମୁଖ୍ୟ ଉଦ୍ଦେଶ୍ୟ। ଏହି ଦିବସ ପାଳନରେ ଭାରତ ବିଶ୍ୱର ପ୍ରଥମ ରାଷ୍ଟ୍ର। କସ୍ତୁରବା ଗାନ୍ଧି ଜନ୍ମ ଦିନ ଏପ୍ରିଲ ୧୧ ତାରିଖକୁ କେନ୍ଦ୍ର ସରକାର ନିରାପଦ ମାତୃତ୍ୱ ଦିବସ ରୂପେ ପାଳନ କରିବାକୁ ନିଷ୍ପତି ନେଇଥିଲେ ଏବଂ ୨୦୦୩ ଠାରୁ ପ୍ରତି ବର୍ଷ ଏହି ଦିବସ ପାଳନ ହେଉଛି।


ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନର ଏକ ତଥ୍ୟ ଅନୁସାରେ, ପ୍ରସବ ଜନିତ ଜଙ୍କିଳତା କାରଣରୁ ଭାରତରେ ପ୍ରତି ଘଣ୍ଟାରେ ପାଞ୍ଚ ଜଣ ମହିଳାଙ୍କ ମୃତ୍ୟୁ ଘଟୁଛି। ବାର୍ଷିକ ପାଖାପାଖି ୪୫ ହଜାର ମହିଳା ପ୍ରାଣ ହରାଉଛନ୍ତି।
Read more ନିରାପଦ ମାତୃତ୍ୱ ଦିବସ

For more visit Jharka.com

ନୂତନ ଓଡ଼ିଶାକୁ ଦିଲ୍ଲୀଠାରେ ପ୍ରଦର୍ଶିତ କଲେ ଫିଲ୍ମ ନିର୍ମାତା ନୀଳ ମାଧବ ପଣ୍ଡା


ଚଳଚ୍ଚିତ୍ରରେ ଭିନ୍ନତା ଓ ସାମାଜିକ ବିଷୟବସ୍ତୁ ଉପରେ ଆଧାରିତ ଅନେକ ଫିଲ୍ମରେ ସମାଜରେ ପରିବର୍ତ୍ତନ ଆଣିବାକୁ ସେ ଉଦ୍ୟମ କରିଥାନ୍ତି। ଏପରିକି ଚଳଚ୍ଚିତ୍ରରେ ସ୍ୱତନ୍ତ୍ରତା ଓ ନୂତନ ଚିନ୍ତାଧାରା ତାଙ୍କୁ ସ୍ୱତନ୍ତ୍ର ପରିଚୟ ପ୍ରଦାନ କରିଛି। ସେ ହେଉଛନ୍ତି ଆନ୍ତର୍ଜାତୀୟ ଖ୍ୟାତି ସମ୍ପନ୍ନ ଚଳଚ୍ଚିତ୍ର ନିର୍ଦ୍ଦେଶକ ପଦ୍ମଶ୍ରୀ ଶ୍ରୀ ନୀଳମାଧବ ପଣ୍ଡା। ‘ଆଇ ଆମ୍ କଲାମ୍’, ‘କଡଓ୍ୱି ହଓ୍ୱା, ହାଲକା’, ‘କ୍ଲାଇମେଟସ୍ ଫାଷ୍ଟ ଅରଫାନ୍’, ‘ଜଲପରୀ’, ‘ବବଲୁ ହାପି ହେ’, ‘କୋନ୍ କିତନା ପାନି ମେଁ’, ଆଦି ଫିଲ୍ମରେ ନିର୍ଦ୍ଦେଶନା ଦେଇ ଅନେକ ପ୍ରଶଂସା ସାଉଁଟିଛନ୍ତି ନୀଳ ମାଧବ। ଗତ କିଛିଦିନ ପୂର୍ବେ ଓଡିଶାକୁ ନେଇ ନିର୍ମିତ ଏକ ସର୍ଟ ଫିଲ୍ମ ବିଷୟରେ ଦିଲ୍ଲୀ ଠାରେ ଆନ୍ତର୍ଜାତୀୟ ଖ୍ୟାତି ସମ୍ପନ୍ନ ବ୍ୟକ୍ତିମାନଙ୍କ ଗହଣରେ ସେ ଉପସ୍ଥାପନା ଦେଇଥିଲେ।



କିଛିଦିନ ପୂର୍ବେ ‘ଓଡିଶା ଅନ୍ ଦ ରାଇଜ୍’ ଅର୍ଥାତ୍ ପ୍ରଗତି ପଥେ ଓଡିଶା ନାମକ ଏକ ସର୍ଟ ଫିଲ୍ମର ନିର୍ମାଣ କରିଥିଲେ ନୀଳମାଧବ ପଣ୍ଡା ଓ ବଲିଉଡ ପ୍ରଯୋଜକ ରବି ବର୍ମନ। ନିକଟରେ ଦିଲ୍ଲୀଠାରେ ଏହି ଫିଲ୍ମଟିକୁ ପ୍ରଦର୍ଶିତ କରାଯାଇଥିଲା। ଯାହାକୁ ଫିଲ୍ମ ନିର୍ମାତା ନୀଳମାଧବ ପଣ୍ଡା ହୋଷ୍ଟ କରିଥିଲେ। ସଞ୍ଜୁ, ଗୋଲିୟୋଁ କି ଲୀଲା ରାସ୍ ଲୀଲା ଆଦି ଫିଲ୍ମରେ କାର୍ଯ୍ୟକରି ଓଡ଼ିଶାରେ ଦୀର୍ଘ 20ଦିନ ଅତିବାହିତ କରିଥିଲେ ରବି ବର୍ମନ। ଓଡ଼ିଶାରେ 20ଦିନର ରହଣୀ ସମୟରେ ସେ ରାଜ୍ୟର ଭିନ୍ନ ଭିନ୍ନ ପ୍ରାନ୍ତରରୁ ଓଡ଼ିଶା ସମ୍ବନ୍ଧରେ ଜାଣିବାକୁ ପାଇଥିଲେ।

Read moreନୂତନ ଓଡ଼ିଶାକୁ ଦିଲ୍ଲୀଠାରେ ପ୍ରଦର୍ଶିତ କଲେ ଫିଲ୍ମ ନିର୍ମାତା ନୀଳ ମାଧବ ପଣ୍ଡା

For more visit us Jharka.com

Tuesday, 9 April 2019

ଭାରତରେ ସିଙ୍ଗାପୁର ପରି ସହର ଗଠନ କରିବେ ମୁକେଶ



ବିଶ୍ୱର ଶ୍ରେଷ୍ଠ ୧୦ଜଣ ଧନୀ ତାଲିକାରେ ଥିବା ମୁକେଶ ଅମ୍ବାନୀ ରିଅଲ ଇଷ୍ଟେଟ୍ ରେ କିଛି ଧମାକା କରିବାକୁ ଯାଉଛନ୍ତି। ତାହା ହେଉଛି ଦୂରସଂଚାର କ୍ଷେତ୍ରରେ ବିପ୍ଳବ ଅର୍ଥାତ୍ ମୁମ୍ବାଇ ନିକଟସ୍ଥ ଏକ ଅଞ୍ଚଳକୁ ସିଙ୍ଗାପୁର ପରି ଗଢି ତୋଳିବାକୁ ଯୋଜନା କରୁଛନ୍ତି ଶିଳ୍ପପତି ମୁକେଶ। ଏ ନେଇ ଏକ ଖବର ପ୍ରକାଶ ପାଇଛି। ରିଲାଏନସ୍ ଇଣ୍ଡଷ୍ଟିଜ୍ ପାଖରେ ବିଶ୍ୱ ସ୍ତରୀୟ ଏକ ବିକଶିତ ସହର ଗଢିବାକୁ ଲକ୍ଷ୍ୟ ରଖିଛନ୍ତି ମୁକେଶ ଅମ୍ବାନୀ। ଏଥିପାଇଁ କାର୍ଯ୍ୟକାରୀ କରିବା ଆରମ୍ଭ ହୋଇସାରିଲାଣି।

୪୦୦୦ ଏକର ଜମିକୁ ଲିଜ୍ ସୂତ୍ରରେ ନିଆଯାଇଛି ଯେଉଁଥିରେ ଅତ୍ୟାଧୁନିକ ସୁବିଧା ସୁଯୋଗ ଆଦି ଉପଲବ୍ଧ ରହିବ। ବିମାନବନ୍ଦର ଠାରୁ ଜାହାଜ ଓ ସି ଲିଙ୍କ ପରି ବ୍ୟବସ୍ଥାର ସୁବିଧା ଏକାସାଙ୍ଗରେ ରହିପାରିବ। ସେହି ସହରରେ ବିଭିନ୍ନ କମ୍ପାନୀ ୭୫ ବିଲିଅନ ଡଲାର ବିନିଯୋଗ କରିବ।

Read more ଭାରତରେ ସିଙ୍ଗାପୁର ପରି ସହର ଗଠନ କରିବେ ମୁକେଶ

For more visit us Jharka.com

ଦୀପିକାଙ୍କ ମାଳତୀ ଲୁକ୍


ବଲିଉଡ ଅଭିନେତ୍ରୀ ଦୀପିକା ବର୍ତ୍ତମାନ ନିଜ ଅପକମିଙ୍ଗ୍ ମୁଭି ଛାପକକୁ ନେଇ ଚର୍ଚ୍ଚାରେ। କିଛିଦିନ ପୂର୍ବରୁ ଦୀପିକାଙ୍କ ଫାଷ୍ଟ ଲୁକ୍ ସାମ୍ନାକୁ ଆସିଥିଲା। ବର୍ତ୍ତମାନ ମାଳତୀ ରୂପରେ ଦୀପିକାଙ୍କ ଏକ ଲୁକ ସୋସିଆଲ ମିଡିଆକୁ ଆସିଛି ଯାହା ଦର୍ଶକଙ୍କ ମନ କିଣି ନଉଛି। ଏହି ଫଟୋରେ ଦୀପିକା ନୀଳ ରଙ୍ଗର ଡ୍ରେସ ପିନ୍ଧିଛନ୍ତି। ଦୀପିକା ଏହି ଫିଲ୍ମରେ ଏସିଡ ଆଟାକ୍ ହୋଇଥିବା ଯୁବତିର ଭୂମିକାରେ ଅଭିନୟ କରୁଛନ୍ତି। ଏହି ଫିଲ୍ମର ନିର୍ଦ୍ଦେଶକ ମେଘନା ଗୁଲଜାର ଅଟନ୍ତି। ଦୀପିକା ଏହି ମୁଭିର ସୁଟିଂ ଦିଲ୍ଲୀ ଠାରେ ହିଁ କରିଛନ୍ତି। ସୂଚନା ଅନୁଯାୟି ମୁଭିର ସୁଟିଂ ପ୍ରାୟ ସରି ଗଲାଣି। ଦିଲ୍ଲୀର ଜନପଥ ଏରିଆରେ ଦୀପିକା ସୁଟିଂ କରୁଥିବା ବେଳେ କିଛି ଫୋଟ ସୋସିଆଲ ମିଡିଆରେ ଭାଇରାଲ ହୋଇଥିଲା। କିନ୍ତୁ ଫିଲ୍ମଟି 2020 ଜାନୁଆରୀ 10 ତାରିଖକୁ ପରଦାକୁ ଆସିବ।


ଏହି ଫୋଟ ଦେଖିବା ପରେ ଦୀପିକାଙ୍କ ପାଖକୁ ପ୍ରଶଂସାର ଶୁଅ ଛୁଟିଛି। ଲୋକ ତାଙ୍କ ଲୁକକୁ ଖିବ ପସନ୍ଦ କରୁଥିବା ସହ କହିଛନ୍ତି ଯେ ଏହିପରି ଭୂମିକାରେ ଅଭିନୟ କରିବା ପାଇଁ ସାହାଶ ଦରକାର ଯାହା ଦୀପିକାଙ୍କ ପାଖେ ଅଛି।
Read more ଦୀପିକାଙ୍କ ମାଳତୀ ଲୁକ୍

For more visit us Jharka.com