Tuesday, 2 April 2019

ସାଂସଦ କିର୍ତ୍ତୀ ଆଜାଦ ବିଜେପି ଛାଡି,କଂଗ୍ରେସରେ ମିଶିଲେ


ବିଜେପି ସାଂସଦ କିର୍ତ୍ତୀ ଝା ଆଜାଦ କଂଗ୍ରେସରେ ମିଶିଛନ୍ତି। କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧିଙ୍କ ଉପସ୍ଥିତିରେ ଦଳରେ ସାମିଲି ହୋଇଛନ୍ତି କିର୍ତ୍ତୀ ଆଜାଦ।ବିହାରର ଦରଭଙ୍ଗା ଆସନରୁ ସାଂସଦ ଥିବା କିର୍ତ୍ତୀ,ପୂର୍ବରୁ ବିଜେପିରୁ ନିଲମ୍ବିତ ହୋଇଥିଲେ। ଡିଡିସିଏର ଆର୍ଥିକ ଅନିୟମିତତା ଅଭିଯୋଗ ଆଣି ଅରୁଣ ଜେଟଲୀଙ୍କୁ ଟାର୍ଗେଟ କରିଥିଲେ କିର୍ତ୍ତୀ ଆଜାଦ। ଏହା ପରେ ବିଜେପି,କିର୍ତ୍ତୀଙ୍କୁ ଦଳରୁ ନିଲମ୍ବିତ କରିଥିଲା।

୧୯୮୩ କ୍ରିକେଟ ବିଶ୍ୱକପର ଚର୍ଚ୍ଚିତ ଖେଳାଳି କୀର୍ତ୍ତି ଝା ଆଜାଦ,ବିଜେପି ଟିକେଟରେ ଥରେ ବିଧାୟକ ଓ ତିନି ତିନି ଥର ସାଂସଦ ହୋଇଛନ୍ତି କୀର୍ତ୍ତୀ ଆଜାଦ। ବିହାର ଦରଭଙ୍ଗା ସାଂସଦ କୀର୍ତ୍ତି ହୁଏତ ୨୦୧୯ ନିର୍ବାଚନରେ କଂଗ୍ରେସ ଟିକେଟରେ ବିହାରରୁ ଲଢ଼ି ପାରନ୍ତି।
Read moreସାଂସଦ କିର୍ତ୍ତୀ ଆଜାଦ ବିଜେପି ଛାଡି,କଂଗ୍ରେସରେ ମିଶିଲେ

For more visit us Jharka.com

No comments:

Post a Comment