Wednesday, 1 May 2019

Paneer Mashroom Pulao Recipe




ଆବଶ୍ୟକ ସାମଗ୍ରୀ: ବାସୁମତୀ ଚାଉଳ, ବଟମ୍‌ ମଶରୁମ, ଛୋଟ ଛୋଟ ଖଣ୍ଡ ପନିର୍‌, କଟା ପିଆଜ, ଟମାଟୋ ପେଷ୍ଟ୍‌, ଗରମ ମସଲା ପାଉଡର୍‌, ଅଦା- ରସୁଣ ବଟା, ଘିଅ, ଧନିଆ ପତ୍ର, ପୁଦିନା, ଡାଳଚିନି, ଲବଙ୍ଗ ଓ ଗୁଜୁରାତି, କାଜୁ ବଟା ଓ ସ୍ୱାଦ ଅନୁସାରେ ଲୁଣ।





ପ୍ରସ୍ତୁତି ପ୍ରଣାଳୀ: ପ୍ରଥମେ ବାସୁମତୀ ଚାଉଳକୁ ଧୋଇ ଅଧ ଘଣ୍ଟା ଯାଏ ବତୁରାଇ ରଖନ୍ତୁ। ଏବେ କଡ଼େଇରେ ଦୁଇ ଚାମଚ ଘିଅ ଗରମ କରି ସେଥିରେ ସେଥିରେ ଡାଳଚିନି, ଲବଙ୍ଗ ଓ ଗୁଜୁରାତି ସହ କଟା ପିଆଜକୁ ପକାଇ ଭାଜନ୍ତୁ। ପରେ ସେଥିରେ ଅଦା ଓ ରସୁଣ ବଟା ଓ ଟମାଟୋ ପେଷ୍ଟ ପକାଇ କଷନ୍ତୁ।
ମସଲାରୁ ବାସ୍ନା ଆସିଲେ ସେଥିରେ ମଶରୁମ୍, ପନିର୍‌ ଏବଂ ଗରମ ମସଲା ପାଉଡର୍‌ ପକାନ୍ତୁ। ଏବେ କାଜୁ ବଟା ,ଏକ କପ୍ ପାଣି ଓ ଲୁଣ ସେଥିରେ ମିଶାନ୍ତୁ। ହାଲୁକା ଆଂଚରେ ଅଳ୍ପ ସମୟ ବସାଇ ମସଲାକୁ ଟିକେ ବହଳିଆ ରଖନ୍ତୁ। ପଲାଉ କରିବା ପାଇଁ ବଳକା ଘିଅ ଆଉ ଏକ ପାତ୍ରରେ ଗରମ କରି ସେଥିରେ ବଳକା ଥିବା ପିଆଜ ଭାଜନ୍ତୁ। ଏଥର ଚାରି କପ୍‌ ପାଣି ଓ ଅଳ୍ପ ଟିକେ ଲୁଣ ପକାଇ ଗୋଳାନ୍ତୁ।

For more visit us Jharka.com


No comments:

Post a Comment