ଅତି ଭୀଷଣ ସାମୁଦ୍ରିକ ଝଡରେ ପରିଣତ ହେଲାଣି ‘ଫନି’। ପୁରୀଠାରୁ ୬୮୦ କିଲୋମିଟର ଦୂରରେ ରହିଛି ‘ଫନି’। ଏହା ବିଶାଖାପାଟଣାଠାରୁ ୪୩୦ କିଲୋମିଟର ଦୂରରେ ରହିଛି। ୩ତାରିଖରେ ପୁରୀର ଦକ୍ଷିଣରେ ଉପକୂଳ ଛୁଇଁବ। ଏହି ସମୟରେ ଘଣ୍ଟା ପ୍ରତି ୧୭୫-୧୮୦ କିଲୋମିଟର ବେଗରେ ପବନ ବହିବ। ଘଣ୍ଟାପ୍ରତି ୧୦କିଲୋମିଟର ବେଗରେ ଗତି କରୁଛି ଫନି। ଦେଢ ମିଟର ଉଚରେ ଜୁଆର ରହିବ। ୩ତାରିଖ ସନ୍ଧ୍ୟାରେ ପୁରୀ ପାଖାପାଖି ଲ୍ୟାଣ୍ଡଫଲ୍ କରିବ। ୨ରୁ ୪ତାରିଖ ପର୍ଯ୍ୟନ୍ତ ରାଜ୍ୟରେ ଭୀଷଣ ପ୍ରଭାବ ଆଶଙ୍କା କରାଯାଉଛି। ଦକ୍ଷିଣ ଓ ଉପକୂଳ ଓଡିଶାରେ ପ୍ରବଳ ବର୍ଷା ସମ୍ଭାବନା ରହିଛି। ମତ୍ସ୍ୟଜୀବୀଙ୍କୁ ସମୁଦ୍ର ମଧ୍ୟକୁ ନଯିବାକୁ ପରାମର୍ଶ ଦିଆଯାଇଛି। ପୁରୀ ବାଲୁଖଣ୍ଡରେ ଫନି ଲ୍ୟାଣ୍ଡଫଲ୍ କରିବାର ସମ୍ଭାବନା ରହିଛି। ୩ତାରିଖ ଅପରାହ୍ନରେ ଲ୍ୟାଣ୍ଡଫଲ୍ କରିବାର ସମ୍ଭାବନା ରହିଛି। ଲ୍ୟାଣ୍ଡଫଲ୍ ବେଳେ ୧୮୫ କିଲୋମିଟର ବେଗରେ ପବନ ବହିପାରେ। ଆମେରିକୀୟ ସଂସ୍ଥା ଜେଟିଡବ୍ଲୁସି ରିପୋର୍ଟ ଆଧାରରେ ଏସଆରସି ସୂଚନା ଦେଇଛନ୍ତି।
Read more: Cyclone Fani Gets Sever Use Helpline
For more visit us Jharka.com

No comments:
Post a Comment